ପୁରୁଷୋତ୍ତମପୁର ସହର ଠାରେ ଗୁରୁବାର ଦିନ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଷୋହଳଖଣ୍ଡ ଗୋପାଳ ସମାଜ ପୂର୍ବଖଣ୍ଡ ତାଳୁକା ର ସଭାପତି ଶିବରାମ ଗୌଡ଼ଙ୍କ ସଭାପତିତ୍ୱରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରେ ନନ୍ଦଉତ୍ସବ ଆୟୋଜନ କରାଯାଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଆସ୍କା ସାଂସଦ ଶ୍ରୀମତୀ ପ୍ରମିଳା ବିଶୋଇ ସମ୍ମାନୀତ ଅତିଥି ଭାବେ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ , ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼, ଉପାଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ପୂର୍ବତନ ଅଧକ୍ଷ ବାସୁଦେବ ମହାପାତ୍ର, ଶିକ୍ଷାବିତ ପ୍ରଫୁଲ୍ଲ କୁମାର ରଥ,ପ୍ରମୁଖ ମଞ୍ଚାସିନ ଥିଲେ । ଗୋପାଳ ସମାଜର ପୂର୍ବଖଣ୍ଡର ତାଳୁକାର ସମସ୍ତ ମୁଖ୍ୟ କର୍ମକର୍ତ୍ତା ଓ ୬୬ ଟି ଗ୍ରାମ୍ୟ କମିଟି ସଦ୍ୟସ ମାନେ ଯୋଗଦେଇଥିଲେ | ପୁରୁଷୋତ୍ତମପୁର ସହର ରେ ଗୋପଳ ସମାଜ ପକ୍ଷରୁ ଗୌଡ଼ଙ୍କ ଆରାଧ୍ୟ ଦେବତା ଶ୍ରୀକୃଷ୍ଣ, ରଧା ପତିମୃତ୍ତୀ ନିର୍ମାଣ କରି ଏକ ବିରାଟ ଶୋଭାଯାତ୍ରା ବାହାର କରି ସହର ପରିକ୍ରମା କରାଯାଇଥିଲା l ପୂର୍ବଖଣ୍ଡ ତାଳୁକା ର ସମ୍ପାଦକ କିଶୋର ଚନ୍ଦ୍ର ଗୌଡ଼ ସମ୍ପାଦିକ ବିବରଣୀ ପଠନ କରିଥିଲେ l ଅତିଥିଙ୍କ ଉପସ୍ଥିତରେ ଗୋପଳ ସମାଜର ପରିବାରଙ୍କ ପିଲାମାନେ ଶିକ୍ଷା କ୍ଷେତ୍ରରେ ଦଶମ, ଓ ଦ୍ଵାଦସରେ 60% ମାର୍କ ରଖି ଉତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ଉତ୍ସାହ ନିମନ୍ତେ ଗୌଡ଼ ସମାଜ ପକ୍ଷରୁ ମାନପତ୍ର,ଦେଇ ପୁରସ୍କୃତ କରାଯାଇଛି l ଏହି ନନ୍ଦଉତ୍ସବ ପୁରୁଷୋତ୍ତମପୁର ସହର ୨ ମୁଠା ର ସଭାପତି ଅରୁଣ କୁମାର ଗୌଡ଼, ମନୋଜ କୁମାର ଗୌଡ଼ଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇଯାଇଥିଲା l ସଭାପତିଙ୍କ ଅନୁମତି କ୍ରମେ ପୁରୁଷୋତ୍ତମପୁର ସହର ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଯୋଗ ଦେଇ ସହଯୋଗ କରିଛନ୍ତି lଅମୂଣିଆ ସାହି.

କାଳିଆ ଗୌଡ଼, ଜଗା ଗୌଡ଼, ତୋଫାନ ଗୌଡ଼,ନନ୍ଦିକ ସାହିକୃଷ୍ଣ ଗୌଡ଼,ମନୋଜ କୁନାର ଗୌଡ଼ (ପୂର୍ବ ମୁଠା ସଭାପତି)
ପର୍ଶୁରାମ ଗୌଡ଼ (ଚାଁଗୁଡ଼ିଆ ପଦର ସାହି ସଭାପତି )
ବୁଲୁ ଗୌଡ଼ (ଅମୂଣିଆ ସାହି ସଭାପତି )
ସୁରେନ୍ଦ୍ର ଗୌଡ଼ (ଅମୂଣିଆ ସାହି ଉପସଭାପତି )
ପ୍ରଭାକର ଗୌଡ଼ (ପୂର୍ବ ମୁଠା ସମ୍ପାଦକ )
ମହେଶ୍ୱର ଗୌଡ଼ (ପୋଷ୍ଟ ଅଫିସ ସାହି, ସଭାପତି )
ଅରୁଣ କୁମାର ଗୌଡ଼ (ପଶ୍ଚିମ ମୁଠା ସଭାପତି ) ସହଯୋଗୀ ମୋହନଗୌଡ଼ (ପୋଷ୍ଟ ଅଫିସ ସାହି )
ଶିବ ଗୌଡ଼, ପ୍ରଦୀପ ଗୌଡ଼, ହନୁ ମହାଙ୍କୁଡ, କୁନା ଗୌଡ଼, ସୁରେଇ ଗୌଡ଼, ସପନ ଗୌଡ଼,ସୁଦର୍ଶନ ଗୌଡ଼, ବାବୁ ଗୌଡ଼, ହନୁ ଗୌଡ଼, ଗଜ ଗୌଡ଼, ଅରୁଣ ଗୌଡ଼, ପଙ୍ଗୁ ଗୌଡ଼,ରବି ଗୌଡ଼, ଜଗନ୍ନାଥ ଗୌଡ଼, ମୋଚିଆ ଗୌଡ଼, ଅର୍ଜୁନ ଗୌଡ଼ ଟୁନା, ସୁରେନ୍ଦ୍ର,କବିରାଜ,ଶଙ୍କର ଗୌଡ଼, କୋକି, ରାଜି, ଶିଶିର ପଣ୍ଡା ଓ ସହଦେବ ପଣ୍ଡା ଙ୍କ ସହିତ ବହୁତ ଗୋପାଳ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ |
ରିପୋର୍ଟ ପ୍ରସନ୍ନ କୁମାର ଦାସ
