You are currently viewing ଗଣେଶ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ ।
ଗଣେଶ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ ।

ମୁନିଗୁଡ଼ା/୩/୯ ରାୟଗଡ଼ା ଜିଲ୍ଲା ମୁନିଗୁଡା ଗୌଡ଼ ସାହି ସ୍ଥିତ ବୀରବିକ୍ରମ ୟଥ କ୍ଳବ୍ ପୂଜା କମିଟି ପକ୍ଷରୁ ଆଜି ୫୧ ତମ ଗଣେଶ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି।ପୂରୋହିତ ସନ୍ତୋଷ ସାହୁ( ସନ୍ତୁ) ଙ୍କ ପୌରହିତ୍ୟରେ ରେ କର୍ତ୍ତା ଭାବେ କମିଟି ସଦସ୍ୟ ସମାଧାନ ଦାସ ( କିଟୁ) କାର୍ଯ୍ୟ ତୁଲାଇଥିବା ବେଳେ ଶୁଭ ଖୁଣ୍ଟି କୁ ପୂଜା ଅର୍ଚ୍ଚନା କରାଯାଇ ସେଥିରେ ସିନ୍ଦୁର ଲେପନ କରି କଳସ ବନ୍ଦା ଯାଇଥିଲା। ଶାନ୍ତି ଶୃଙ୍ଖଳା ସହ ଏହି ପୂଜା ପୂର୍ବ ବର୍ଷ ତୁଳନାରେ ଅଧିକ ଆକର୍ଷଣୀୟ କରାଯିବା ସହ‌ ୭ ଦିନ ଧରି ପୂଜା ଅନୁଷ୍ଠିତ ହେବ‌ ବୋଲି କମିଟି ର ମୂଖ୍ୟ ସଂଗ୍ରାମ ବନଛୋର ସୂଚନା ଦେଇଥିବା ବେଳେ ସ୍ବାଗତ ସୋମ୍ୟ ଲେଙ୍କା, ମଙ୍ଗଳା ଦଳେଇ,ମୋନଜ ନାଏକ, ରଞ୍ଜିତ ବନୋଛର, ପରମାନନ୍ଦ ବନଛୋର,କୁନୁ ପାତ୍ର, ସୁରେଶ ନାଏକ,ଶିବ ଶଙ୍କର ପଣ୍ଡା, ରୁନା ଗୌଡ ଙ୍କ ସମେତ ୫୦ ରୁ ଉର୍ଦ୍ଧ ସଦସ୍ୟ ପରି ଚାଳନା ରେ ସହଯୋଗ କରିଥିଲେ।