You are currently viewing ପୂର୍ବାଭିମୁଖ ମହାଶମ୍ଭୁ ଶ୍ରୀ ଶ୍ରୀ ବାବା ବାଙ୍କନିଧି ଦେବଙ୍କ ପବିତ୍ର ପୀଠରେ ଭବ୍ୟ ଶୈବଯାଗ ଓ ଏକ ଲକ୍ଷ ଆଠ ଦୀପ ମହାଯଜ୍ଞ ।
ପୂର୍ବାଭିମୁଖ ମହାଶମ୍ଭୁ ଶ୍ରୀ ଶ୍ରୀ ବାବା ବାଙ୍କନିଧି ଦେବଙ୍କ ପବିତ୍ର ପୀଠରେ ଭବ୍ୟ ଶୈବଯାଗ ଓ ଏକ ଲକ୍ଷ ଆଠ ଦୀପ ମହାଯଜ୍ଞ ।

ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମର ଆରାଧ୍ୟ ପୂର୍ବାଭିମୁଖ ମହାଶମ୍ଭୁ ଶ୍ରୀ ଶ୍ରୀ ବାବା ବାଙ୍କନିଧି ଦେବଙ୍କ ପବିତ୍ର ପୀଠରେ ୨୨ତମ ବିଶ୍ୱଶାନ୍ତି ଶୈବଯାଗ ଓ ଏକଲକ୍ଷ ଆଠ ଦୀପ ମହାଯଜ୍ଞ ଆରମ୍ଭ ହୋଇଯାଇଛି।
୧୮ ଫେବୃଆରୀରେ ଅଙ୍କୁରାରୋପଣ (ଜଳଯାତ୍ରା) ଶାସ୍ତ୍ରୋକ୍ତ ବିଧିରେ ସମ୍ପନ୍ନ ହୋଇଥିଲା ଏବଂ ୧୯ ଫେବୃଆରୀରେ ଯଜ୍ଞ କାର୍ଯ୍ୟର ଶୁଭାରମ୍ଭ ହୋଇଛି।
ଏହି ପବିତ୍ର ଦୀପମହାଯଜ୍ଞକୁ ପିଷ୍ଠାଧିପତି ପୂର୍ବାଭିମୁଖ ମହାଶମ୍ଭୁ ଶ୍ରୀ ଶ୍ରୀ ବାବା ବାଙ୍କନିଧି ଦେବଙ୍କ ନିମନ୍ତ୍ରଣକ୍ରମେ ନିମନ୍ତ୍ରିତ ଅତିଥିରୂପେ ଢେଙ୍କାନାଳ ଜିଲ୍ଲାର କପିଳାସ ନିବାସୀ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଦେବ, ବିଶ୍ଵପ୍ରସିଦ୍ଧ ପୁରୀସ୍ଥ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ , ଘଟଗାଁର ଅଧିଷ୍ଠାତ୍ରୀ ମା ତାରିଣୀ ଦେବୀ, ଇଚ୍ଛାପୁର ଗ୍ରାମର ଅଧିଷ୍ଠାତ୍ରୀ ମା ରାମଚଣ୍ଡୀ ଦେବୀ, ହରିପୁର ଗ୍ରାମର ଆରାଧ୍ୟ ପଶ୍ଚିମାଭିମୁଖ ମହାଶମ୍ଭୁ ଶ୍ରୀ ଶ୍ରୀ ପ୍ରତାପରୁଦ୍ର ଦେବ, ନଈରୀ ଗ୍ରାମର ଆରାଧ୍ୟ ଶ୍ରୀ ଶ୍ରୀ ହରିହର ଦେବ,ବାଉଳାବନ୍ଧ ଗ୍ରାମର ଆରାଧ୍ୟ ଶ୍ରୀ ଶ୍ରୀ ମାଣ୍ଡିଆମେରୁ ଦେବ , ବାଲିଆ ଗ୍ରାମର ଆରାଧ୍ୟ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ଦେବ, ହରିପୁର ଗ୍ରାମର ମା ଦୁଆରଶୁଣୀ କାଠି ଠାକୁରାଣୀ ଦେବୀ ଏବଂ ନିଜ ଗ୍ରାମର ଦେବାଦେବୀ ଯଥା ପରମପୂଜ୍ୟ ଶ୍ରୀ ଶ୍ରୀ ଯଜ୍ଞନାରାୟଣ ଦେବ, ଶ୍ରୀ ଶ୍ରୀ ଗାଦିଶ୍ୱର ଦେବ ଓ ଶ୍ରୀ ଶ୍ରୀ ତ୍ରିନାଥ ଦେବ ମଧ୍ୟ ଯଜ୍ଞବେଦୀରେ ବିରାଜମାନହୋଇ ଯଜ୍ଞକୁ ମହିମାମଣ୍ଡିତ କରିଛନ୍ତି।
୨୦ ଠାରୁ ୨୨ ଫେବୃଆରୀ ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟାରେ ଏକଲକ୍ଷ ଆଠ ପ୍ରଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଚାଲିଛି।ଏହି ଏକ ଲକ୍ଷ ଆଠ ଦୀପ ମହାଯଜ୍ଞ ଦର୍ଶନପାଇଁ ଦୂରଦୂରାନ୍ତରୁ ବିପୁଳ ସଂଖ୍ୟାରେ ଭକ୍ତମାନଙ୍କର ସମାଗମ ହେଉଛି ।ପ୍ରତ୍ୟହ ମଙ୍ଗଳ ଆଳତୀ, ସୂର୍ଯ୍ୟପୂଜା, ଚଣ୍ଡୀପାଠ, ପଞ୍ଚାକ୍ଷରୀ ଜପ, ଘୃତାହୁତି, ୧୦୦୮ ବେଲପତ୍ର ଅର୍ପଣ, ନାମସଙ୍କୀର୍ତ୍ତନ, ପ୍ରବଚନ, ଆରତୀ ଓ ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ଭକ୍ତିଭାବରେ ଅନୁଷ୍ଠିତ ହେଉଛି।
ଭକ୍ତମାନଙ୍କ ମନୋରଞ୍ଜନ ନିମନ୍ତେ ଦୁର୍ଗାଶ୍ରୀ ଗଣନାଟ୍ୟ ଦ୍ଵାରା ୨୧ ଠାରୁ ୨୩ ଫେବୃଆରୀ ମଧ୍ୟରେ ରାତ୍ରକାଳରେ ନାଟକ ପରିବେଷିତ ହେଉଅଛି।
ବିଶ୍ୱଶାନ୍ତି ଓ ସମସ୍ତଙ୍କ ମଙ୍ଗଳକାମନ ନିମନ୍ତେ ତା ୨୩/୦୨/୨୦୨୬ ରିଖ ଦିବା ଘ.୩.୩୦ ମି ଗତେ ସନ୍ଧ୍ୟା ୫.୪୫ମି ମଧ୍ୟରେ ପୂର୍ଣାହୂତି ସମ୍ପର୍ଣ୍ଣ ହେବ।ଏହି ମହାଯଜ୍ଞ ଇଚ୍ଛାପୁର ଗ୍ରାମର ଗ୍ରାମବାସୀମାନଙ୍କ ସହଯୋଗରେ ଆୟୋଜିତ ହୋଇପାରିଛି।