You are currently viewing ସାମ୍ବାଦିକଙ୍କ ପିତୃ ବିୟୋଗ
ସାମ୍ବାଦିକଙ୍କ ପିତୃ ବିୟୋଗ

କୁକୁଡାଖଣ୍ଡି,୨୭/୦୪: ଗଞ୍ଜାମ ଜିଲ୍ଲା ସାମ୍ବାଦିକ ଅଜୟ କୁମାର ସ୍ୱାଇଁ ବାପା ‘ ଈଶ୍ୱର ସ୍ବାଇଁଙ୍କ ରବିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ବୟସ ହୋଇଥିଲା। ସେ ଦୁଈ ତିନି ଦିନ ହେବ ପେଟଯନ୍ତ୍ରଣା ରେ ପିଡ଼ିତ ଥିଲେ। ଭୋରୁ ହିଞ୍ଜିଳି କାଟୁ ମେଡିକାଲ ରେ ସେ ଇହଲିଳା ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଚାରିଆଡ଼େ ଶୋକର ଛାୟା ଖେଳି ଯାଇଛି। ସେ ଜଣେ ଧର୍ମପରାୟଣା, ମିଷ୍ଠାଭାସୀ ଓ ମେଳାପୀ ବ୍ୟକ୍ତିତ୍ବ ଥିଲେ। ସମସ୍ତଙ୍କୁ ସ୍ନେହରେ ଆଦରି ନେଉଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ବଡ଼ପୁଅ ପ୍ରଦୀପ କୁମାର ସ୍ୱାଇଁ,ବଳରାମ ସ୍ୱାଇଁ, କୃଷ୍ଣ ଚନ୍ଦ୍ର ସ୍ୱାଇଁ,ଭଗବାନ ସ୍ୱାଇଁ, ସଞ୍ଜୟ ସ୍ୱାଇଁ,ସାନପୁଅ ଅଜୟ କୁମାର ସ୍ୱାଇଁ, ବଡ଼ଝିଅ ଅବନ୍ତୀ ଜେନା, ସାନ ଝିଅ ବବି ପାତ୍ର, ସମେତ ଜ୍ବାଇଁ, ବୋହୁ, ନାତୀ,ନାତୁଣୀ ସମସ୍ତ ସମ୍ପର୍କୀୟ ଉପସ୍ଥିତ ଥିଲେ।ରୋହିଗାଁ ପଂଚାୟତ ନଳିହାଡ଼ ଗ୍ରାମ ସ୍ଥିତ ସ୍ଥାନୀୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ସ୍ଵାର୍ଗତ ସ୍ୱାଇଁଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ବହୁ ସାମ୍ବାଦିକ ଓ ବ୍ୟକ୍ତି ବିଶେଷ ଶେଷଦର୍ଶନ କରିଥିଲେ। ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିଛନ୍ତି।