You are currently viewing ଦଣ୍ଡିଶ୍ୱରଙ୍କ ବିଶ୍ବ ଶାନ୍ତି ମହାଯଜ୍ଞ ଆରମ୍ଭ ।
ଦଣ୍ଡିଶ୍ୱରଙ୍କ ବିଶ୍ବ ଶାନ୍ତି ମହାଯଜ୍ଞ ଆରମ୍ଭ ।

(ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ)

କୋଦଳା (୨୮/୦୩ /୨୦୨୩)
କୋଦଳା ନଗର ବାସୀଙ୍କ ସହଯୋଗରେ ଆଜିଠୁ ବାବା ଦଣ୍ଡିଶ୍ୱର ମନ୍ଦିର ଠାରେ ଆରମ୍ଭ ହୋଇଛି ପଞ୍ଚ ମହାଯଜ୍ଞ। ସକାଳୁ ସକାଳୁ ନୀତି ଅନୁସାରେ ମହାଯଜ୍ଞ ନିମିତ୍ତ ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜିଠାରୁ ଆସନ୍ତା ଏପ୍ରିଲ ୭ ପର୍ଯ୍ୟନ୍ତ ହେବାକୁ ଥିବା ଏହି ବିଶ୍ବ ଶାନ୍ତି ମହାଯଜ୍ଞରେ ପ୍ରତିଦିନ ଘୃତ ଯଜ୍ଞ, ନାମ ଜଜ୍ଞ, ଅନ୍ନ ଯଜ୍ଞ, ଗୋ ଜଜ୍ଞ, ଜ୍ଞାନ ଜଜ୍ଞ ଅନୁଷ୍ଠିତ ହେବ। ଏଥି ପାଇଁ ସଜେଇ ହୋଇଛି ଦଣ୍ଡିଶ୍ୱର ମହାଦେବଙ୍କ ପରିସର। ପଣ୍ଡିତ ଓ ବ୍ରାହ୍ମଣ ମାନଙ୍କ ମନ୍ତ୍ର ଧ୍ବନି ଓ ଅଖଣ୍ଡ ହରିନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହେଉଛି ପୁରା ପରିବେଶ। ସଂଧ୍ୟାରେ ସୁସଜ୍ଜିତ ଆଲୋକ ମାଳାରେ ଝଲସିବ। ଏଥି ସହିତ ମୀନାବଜାର, ଦୋଳି ସାଂଗକୁ ବିଭିନ୍ନ ପସରା ର ସମ୍ଭାର ଦେଖିବାକୁ ମିଳିବ।
କୋଦଳାର ପୂର୍ବତନ ନଗରପାଳ ହର ପ୍ରସାଦ ସାହୁ ମହାଯଜ୍ଞର ପ୍ରତିଟି କାର୍ଯ୍ୟ ଉପସ୍ଥିତ ରହି ଅନୁଧ୍ୟାନ କରୁଛନ୍ତି। ଶାନ୍ତି ଶୃଙ୍ଖଳା ସହ ବିଭିନ୍ନ ସେବାରେ ନିୟୋଜିତ ହୋଇଛନ୍ତି କୋଦଳା ୟୁଥ୍ ଫୋରମ୍ ର ସଦସ୍ୟ ମାନେ। କୋଦଳା ପୋଲିସ ପକ୍ଷରୁ ଭିଡ଼ କୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ନିଆ ଯାଉଛି।