You are currently viewing କବିସୂର୍ଯ୍ୟନଗର ରେ ରଥ ନିର୍ମାଣ ପାଇଁ ଗାଜଲବାଡିରୁ କବିସୂର୍ଯ୍ୟନଗର ଆସିଲା ରଥକାଠ।ସ୍ୱାଗତ କଲେ ଅଞ୍ଚଳବାସୀ ।
କବିସୂର୍ଯ୍ୟନଗର ରେ ରଥ ନିର୍ମାଣ ପାଇଁ ଗାଜଲବାଡିରୁ କବିସୂର୍ଯ୍ୟନଗର ଆସିଲା ରଥକାଠ।ସ୍ୱାଗତ କଲେ ଅଞ୍ଚଳବାସୀ ।

ପାଖେଇ ଆସୁଛି ଘୋଷଯାତ୍ରା। ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଜଗନ୍ନାଥ ମନ୍ଦିର ରହିଥିବା ବେଳେ ରଥଯାତ୍ରା ପୂର୍ବରୁ ରଥ ନିର୍ମାଣ ଜୋର୍ ସୋର୍ ରେ ଚାଲିଛି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହର ସ୍ଥିତ ଜଗନ୍ନାଥ ମନ୍ଦିରରେ ନୂତନ ରଥ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଆଜି ଏନେଇ ରଥ କାଠ ପହଞ୍ଚିଛି। ଭଞ୍ଜନଗର ଫରେଷ୍ଟ ଡିଭିଜନ ଗାଜଲବାଡିରୁ ଏହି ରଥ କାଠ ଆସି କବିସୂର୍ଯ୍ୟନଗର ଠାରେ ପହଞ୍ଚିଛି। ରଥ କାଠ ପହଞ୍ଚିବା ପରେ ଏକ ପଟୁଆର ମାଧ୍ୟମରେ ପୂଜାର୍ଚ୍ଚନା ପୂର୍ବକ ରଥ କାଠକୁ ସହର ପରିକ୍ରମା କରିଛନ୍ତି ଶତାଧିକଭକ୍ତ। ବହୁ ବର୍ଷ ଧରି ପୁରୁଣା ରଥକୁ ନେଇ କବିସୂର୍ଯ୍ୟନଗରରେ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଥିଲା। ତେବେ ଚଳିତ ବର୍ଷ ସ୍ଥାନୀୟ ଜନପ୍ରତିନିଧିଙ୍କ ଅନୁରୋଧ କ୍ରମେ ଆଜି ରଥକାଠ ପହଞ୍ଚିଥିବା ବେଳେ ନୂତନ ରଥ ନିର୍ମାଣର ସ୍ବପ୍ନ ସାକାର ହୋଇଛି। ଭଞ୍ଜନଗର ସାଉଥ ଡିଭିଜନ ସୋରଡ଼ା ରେଞ୍ଜ ଗlଜଲବାଡି ସେକ୍ସନରୁ ଏହି ରଥକାଠ ପହଞ୍ଚିଥିବା ସୂଚନା ମିଳିଛି। ରଥ କାଠ ପହଞ୍ଚିବା ପୂର୍ବରୁ ସ୍ବାଗତ କରିବା ପାଇଁ କବିସୂର୍ଯ୍ୟନଗର ଅଧ୍ୟକ୍ଷା ଏସ. ଲଷ୍ମୀ ସେଠି, ଉପାଧ୍ୟକ୍ଷ ବିକ୍ରାନ୍ତ କୁମାର ସାହୁ,ବିଜେଡି ରାଜ୍ୟ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ବାଳକୃଷ୍ଣ ପଟ୍ଟନାୟକ, ନିର୍ବାଚନ ମଣ୍ଡଳୀ ସଭାପତି ରସଲ ଦାସ,ନଗର ବିଜେଡି ସଭାପତି ଭଗବାନ ସ୍ଵାଇଁ, ନଗର ଯୁବ ବିଜେଡି ସଭାପତି ରାଜେନ୍ଦ୍ର ଖଟେଇ, ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ମଳୟ ରଞ୍ଜନ ପଟ୍ଟନାୟକ,ଯୁବ ବିଜେଡ଼ି ଉପ ସଭାପତି ପ୍ରସନ୍ନ ନାୟକ, ଯୁବ ବିଜେଡି ନେତା ରାକେଶ ପ୍ରଧାନ,ଦିଲ୍ଲୀପ ସାହୁଙ୍କ ସମତେ ସମସ୍ତ କାଉନସିଲର ଓ ବହୁ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।

କବିସୂର୍ଯ୍ୟନଗର ରୁ କୃଷ୍ଣ ନାହକ ରିପୋର୍ଟ