କୋଦଳା (୧୫/୦୩ /୨୦୨୩) (ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ)
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୁମାରିପାରୀ ଠାରେ ବିରାଟ ବୈଷ୍ଣବ ସମ୍ମିଳନୀ ବେଶ୍ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି| ଶ୍ରୀ ଭକ୍ତି ବେଦାନ୍ତ ବାମନ ଗୋସ୍ୱାମୀ ମହାରାଜ ଙ୍କ ଦିବ୍ୟ ଆବିର୍ଭାବ ଶତ ବାର୍ଷିକୀ ଅବସରରେ ଆୟୋଜିତ ଏହି ବୈଷ୍ଣବ ସମ୍ମିଳନୀ (ପାରମାର୍ଥିକ ପ୍ରଦର୍ଶନୀ) କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ପୁରୀ ବୈଷ୍ଣବ ଶ୍ରୀପଦ ଭକ୍ତି ବେଦାନ୍ତ ଗୋଦାବରୀ ମହାରାଜ ଏଵଂ କୁମାରିପାରୀ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଦୁଇ ଧରି ଅନୁଷ୍ଠିତ ହୋଇଯାଇଛି | ଏହି ଧାର୍ମିକ କାର୍ଯ୍ୟକ୍ରମରେ ପୁରୀ,ବୃନ୍ଦାବନ ଓ ନବଦ୍ବୀପ ତଥା ବିଦେଶରୁ ପ୍ରାୟ ୧୩୦ ରୁ ଉର୍ଦ୍ଧ ବୈଷ୍ଣବ ଯୋଗଦେଇ ଭକ୍ତ ମାନଙ୍କୁ ଧର୍ମବାଣୀ, ପ୍ରବଚନ ଶୁଣାଇ ଭଗବାନଙ୍କ ଶରଣାଗତ ହେବା ପାଇଁ ପରାମର୍ଶ ଦେଇଥିଲେ | ହଜାର ହଜାର ଭକ୍ତଙ୍କ ଗହଣରେ କୁମାରିପାରୀ ସମ୍ପୂର୍ଣ ଉତ୍ସବ ମୁଖର ହୋଇ ଉଠିଥିଲା | ମଙ୍ଗଳବାର ଦିନ ପାରମାର୍ଥିକ ପ୍ରଦର୍ଶନ ର ଉଦଯାପନୀ ଦିବସରେ କୋଦଳାର ପୂର୍ବତନ ନଗରପାଳ ତଥା ଚର୍ଚ୍ଚିତ ନେତା ହର ପ୍ରସାଦ ସାହୁ ଏଵଂ ତାଙ୍କ ଧର୍ମପତ୍ନୀ ସୁନୀତା ପ୍ରଭା ସାହୁ ନିଜର ହଜାରେ ରୁ ଉର୍ଦ୍ଧ କର୍ମୀ ଙ୍କ ଯୋଗ ଦେଇ ବୈଷ୍ଣବ ମାନଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିବା ସହ ଆଗାମୀ ଦିନରେ ଏହିଭଳି ଧାର୍ମିକ କାର୍ଯ୍ୟ ଜାରୀ ରଖିବା ପାଇଁ ନିଜର ମତ ରଖିଥିଲେ | ଏଭଳି କାର୍ଯ୍ୟକ୍ରମକୁ ସମର୍ଥନ କରି ଶ୍ରୀ ସାହୁ ଏଵଂ ତାଙ୍କ ପରିବାର କୋଦଳାରୁ ୪ଶହ ରୁ ଉର୍ଦ୍ଧ୍ବ ଏକ ବାଇକ ଶୋଭାଯାତ୍ରାରେ ଆସି କୁମାରିପାରୀ ଠାରେ ପହଞ୍ଚି ପ୍ରଥମେ ଶୈବ ମନ୍ଦିର ପରିଭ୍ରମଣ କରିବା ପରେ ପ୍ରଦର୍ଶନୀରେ ଯୋଗ ଦେଇ ବୈଷ୍ଣବ ମାନଙ୍କ ଠାରୁ ଆଶୀର୍ବାଦ ଲାଭ କରିଥିଲେ। ଧାର୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଆଖ ପାଖର ହଜାର ହଜାର ଭକ୍ତ ଙ୍କ ସମେତ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ |
