କୋଦଳା
ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ନାରାୟଣୀ ମନ୍ଦିର ପ୍ରାଙ୍ଗଣରେ ଆଜି କୋଦଳା ପୋଲିସ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ଘୋଷଯାତ୍ରା ଅବସରରେ ଏଭଳି କାର୍ଯ୍ୟକ୍ରମ କରାଯାଇଥିବା କହିଛନ୍ତି ଥାନା ଅଧିକାରୀ ଉମାକାନ୍ତ ସାହୁ।ପ୍ରତିଟି ମଣିଷ ଗୋଟିଏ ଗୋଟିଏ ଗଛ ଲଗାଇ ପ୍ରକୃତିକୁ ଭଲ ପାଇବା, ତାହେଲେ ଯାଇ ମଣିଷ ଶାନ୍ତିରେ ଜୀବନ ବିତାଇ ପାରିବ ବୋଲି କହିଥିଲେ ଥାନା ଅଧିକାରୀ। ଆଜି ଦିନ ୧୦ ଘଣ୍ଟ ସମୟରେ ଥାନା ଅଧିକାରୀଙ୍କ ସହ ଅନ୍ୟାନ୍ୟ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍।

