ହିଞ୍ଜିଳିକାଟୁ ପୌରାଞ୍ଚଳ ଅନ୍ତର୍ଗତ କେଉଟ ସାହି ଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କେଉଟ ସାହି ଠାରେ କାର୍ତ୍ତିକେଶ୍ୱର ପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ ହୋଇଥିଲା । ପୁରୋହିତ କିଶୋର ଚନ୍ଦ୍ର ପାଠୀ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଆସନ୍ତା ମାସ ୨୧ଠାରୁ କାର୍ତ୍ତିକ ମାସ ଶେଷ ରାସ ପୂର୍ଣ୍ଣିମା ପର୍ଯ୍ୟନ୍ତ ପୂଜା ଅନୁଷ୍ଠିତ ହେବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମ ମଇନା ବେହେରା, ହିମାଂଶୁ ବେହେରା ସ୍ଵାଧୀନ ବେହେରା, ଘନଶ୍ୟାମ ବେହେରା, ଶିଶିର ପାତ୍ର, ଲକ୍ଷ୍ମଣ ବେହେରା, ବୁଲୁ ବେହେରା ଙ୍କ ସମେତ କେଉଟ ସାହି ର ବହୁତ ଯୁବକ ଉପସ୍ଥିତ ଥିଲେ।

