You are currently viewing ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, କଙ୍କୋରଡ଼ା ଜନ୍ମାଷ୍ଟମୀ-ପାଳିତ
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, କଙ୍କୋରଡ଼ା ଜନ୍ମାଷ୍ଟମୀ-ପାଳିତ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, କଙ୍କୋରଡ଼ା ଜନ୍ମାଷ୍ଟମୀ—–ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ୍ ଅନ୍ତର୍ଗତ କଙ୍କୋରଡ଼ା, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶୁକ୍ରବାର ଦିନ ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପଣ୍ଡା ଏବଂ ଆମ ପରିଚାଳନା ସମିତିର କାର୍ଯ୍ୟକର୍ତ୍ତା ଭାବେ ଉପସଭାପତି ଶ୍ରୀଯୁକ୍ତ ଅଶୋକ ଖୁଣ୍ଟିଆ, ସମ୍ପାଦକ ଶ୍ରୀଯୁକ୍ତ ପିଣ୍ଟୁ ପଢିଆଳୀ, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ବମନ ଶ୍ରୀନିବାସ ଏବଂ ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରତାପ ପ୍ରଧାନ ଉପସ୍ଥିତ ରହି ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ l ଆମ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବିଷୋୟୀ ଅତିଥି ପରିଚୟ ସହିତ ଜନ୍ମାଷ୍ଟମୀର ମହତ୍ତ୍ୱ ବିଷୟରେ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ I

ଏହି ଉତ୍ସବର ପ୍ରମୁଖ ସୁଶ୍ରୀ ସବିତା କୁମାରୀ ପାଣିଗ୍ରାହୀଙ୍କ ସମେତ ଅନ୍ୟାନ୍ୟ ଗୁରୁଜୀ,ଗୁରୁମା ଓ ମାଉସୀମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ରୂପାୟନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ମାତୃ ମଣ୍ଡଳୀର ମାଆମାନଙ୍କୁ ଶେଷରେ ସୁଶ୍ରୀ ସବିତା କୁମାରୀ ପାଣିଗ୍ରାହୀ ଗୁରୁମା ଧନ୍ୟବାଦ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମକୁ ପରିସମାପ୍ତି ଘୋଷଣା କରିଥିଲେ l

ରିପୋର୍ଟ -ସପନ ଦାଶ