You are currently viewing ଗୋଠ ଗାଁ ରେ ଭାଗବତ ସପ୍ତାହ ଜ୍ଞାନ ଯଜ୍ଞ ଉଦଯାପିତ।
ଗୋଠ ଗାଁ ରେ ଭାଗବତ ସପ୍ତାହ ଜ୍ଞାନ ଯଜ୍ଞ ଉଦଯାପିତ।

ପାତ୍ରପୁର ୨୮/୧୦
ପାତ୍ରପୁର ବ୍ଳକ ଗୋଠ ଗାଁ ରେ ଗତ ୨୧ ତାରିଖ ରୁ ଆରମ୍ଭ ହୋଇଥିବା ଭାଗବତ କଥା ସପ୍ତାହ ଜ୍ଞାନ ଯଜ୍ଞ ଉଦଯାପିତ ହୋଇଯାଇଛି। ସ୍ଥାନୀୟ ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣ ରେ ପ୍ରତ୍ୟେକ ସନ୍ଧ୍ୟା ରେ ଭଜନ କୀର୍ତ୍ତନ ସହ ଭାଗବତ ପ୍ରବଚନ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ହୋଇଥିଲା। ପ୍ରବକ୍ତା ଶ୍ରୀପାଦ ରାଜେନ୍ଦ୍ର ଦାସ ବ୍ରହ୍ମଚାରୀ ପ୍ରବଚନ ଦେଉଥିବା ବେଳେ ଆଖ ପାଖ ଅଞ୍ଚଳରୁ ବହୁ ଭକ୍ତ ଙ୍କ ସମାଗମ ହେଉଥିଲା। ଏହି କାର୍ଯ୍ୟକ୍ରମ କୁ ଗ୍ରାମବାସୀ ସହଯୋଗ କରିଥିଲେ।