You are currently viewing ବଡଡୁମ୍ବୁଳା ଗ୍ରାମରେ ଶ୍ରୀରାମ ଓ ମାଁ ଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଲାଗି ଜଳଯାତ୍ରା
ବଡଡୁମ୍ବୁଳା ଗ୍ରାମରେ ଶ୍ରୀରାମ ଓ ମାଁ ଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଲାଗି ଜଳଯାତ୍ରା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବଡଡୁମ୍ବୁଳା ଗ୍ରାମରେ ଗତକାଲି ଠାରୁ ପ୍ରଭୁ ଶ୍ରୀରାମ ବିଗ୍ରହ ଏବଂ ମାଁ ଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଲାଗି ମଙ୍ଗଳବାର ଦିନ ଜଳଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଖବରନୁଯାୟୀ , ଗ୍ରାମରେ ପୂର୍ବ ପୁରୁଷଙ୍କ କାଳରୁ ଉକ୍ତ ଦ୍ବୟ ମନ୍ଦିରରେ ପ୍ରଭୁ ଶ୍ରୀରାମ ଓ ମାଁ ଠାକୁରାଣୀ ପୂଜିତ ପାଇ ଆସୁଥିଲେ ମଧ୍ୟ ବର୍ତ୍ତମାନ ତାହା ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା । ପରବର୍ତ୍ତୀ ସମୟରେ ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ନୂତନ ମନ୍ଦିର ଗଢି ତୋଳା ଯାଇଥିଲା । ଏହାପରେ ଗତକାଲି ଠାରୁ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ ପ୍ରଥମ ଦିନରେ ବରିଷ୍ଠ ପଣ୍ଡିତଙ୍କ ତତ୍ବାବଧାନରେ ବନଯୋଗ, ଇନ୍ଦ୍ର ଇନ୍ଦ୍ରାଣୀ ପ୍ରତିଷ୍ଠା ଓ ରତ୍ନ ମୁଦ୍ରା ଭଳି ପୂଜାର୍ଚ୍ଚନା କରାଯାଇଥିଲା । ଆଜି ଦ୍ବିତୀୟ ଦିନରେ ୩୫୦ ରୁ ଉର୍ଦ୍ଧ୍ବ ମହିଳା କଳସ ଯାତ୍ରାରେ ସାମିଲ ହୋଇ ନିକଟସ୍ଥ ଝଗଡପଲ୍ଲୀ ଗ୍ରାମ ଇଟାବାଙ୍କ ନଦୀରୁ ଗଙ୍ଗାମାତାଙ୍କୁ ଆବାହନ କରି ବିରାଟ ଶୋଭାଯାତ୍ରାରେ କୀର୍ତ୍ତନ ଓ ବାଜା ବାଜାଣରେ ଜଳଯାତ୍ରା କରିଥିଲେ । ଏହାପରେ ମନ୍ଦିର ପରିସରରେ ଦୀକ୍ଷା ଗ୍ରହଣ ଓ ଅଙ୍କୁରାରୋପଣ ପୂଜା ଅନୁଷ୍ଠିତ ହୋଇଥିଲା । ଏହି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ୫ ଦିନ ବ୍ୟାପୀ ଗ୍ରାମରେ ଚାଲିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ଜଣାପଡିଛି । ଯାହାକୁ ନେଇ ଗ୍ରାମ ଉତ୍ସବ ମୁଖର ହୋଇଉଠିଛି । ଏହି ଜଳଯାତ୍ରା ସମୟରେ ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳୀ ଜାନୀ , ସରପଞ୍ଚ ପ୍ରତିନିଧି ଶେଷକାନ୍ତ ଜାନୀ , ସମିତି ସଭ୍ୟ ରମେଶ ଚନ୍ଦ୍ର ପାଢ଼ୀ ସମେତ ମନ୍ଦିର ପରିଚାଳନା କମିଟି ସଭାପତି ଲଡୁ କିଶୋର ସ୍ବାଇଁ , ଉପସଭାପତି ଉପେନ୍ଦ୍ର ନାଥ ପ୍ରଧାନ , ସଂପାଦକ ପଞ୍ଚାନନ ବାଡତ୍ୟା , କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଗୈାଡ , କମିଟି ସଭ୍ୟ ରବିନ୍ଦ୍ର ନାଥ ପଟ୍ଟନାୟକ , ରଙ୍କ ନାୟକ , ମଧୁସୂଦନ ଜେନା , ତ୍ରିନାଥ ମହାରଣା , ଦେବରାଜ ସାହୁ ସମେତ ବହୁ କମିଟି ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।