ଖଲ୍ଲିକୋଟ ; 24/3 ଖଲ୍ଲିକୋଟ ବ୍ଲକ ର ବିଭିନ୍ନ ଦଣ୍ଡ କାଳୀ ମନ୍ଦିର ରେ ପୂଜା ଅର୍ଚନା ଓ ଯଜ୍ଞ ହୋମ ରୁ ଆରମ୍ଭ ହେଲା ପାରମ୍ପରିକ ଦଣ୍ଡ ନାଚ ପର୍ବ | ସବୁ ବର୍ଷ ଭଳି ଚଳିତ ବର୍ଷ ମୀନ ସଂକ୍ରାନ୍ତି ପରେ ଦଣ୍ଡ ନାଚ ପର୍ବ ର ଶୁଭାରମ୍ଭ ହୋଇଥାଏ | ଗତକାଲି ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଲଙ୍ଗଳେଶ୍ୱର ସ୍ଥିତ ଦଣ୍ଡ କାଳୀ ମନ୍ଦିର ରୁ ଵିଧି ମୁତାବକ ବିବିଧ ପୂଜା ଅର୍ଚନା ଓ ନିତି ଅନୁଯାଇ ଶଙ୍ଖ କାହାଳି ଓ ଘଣ୍ଟ ଧ୍ୱନି ରେ ଯଜ୍ଞ ଓ ହୋମ ଆଦି ପୂଜା ଅର୍ଚନା ସାରି 21 ଦିନିଆ ଦଣ୍ଡ ଯାତ୍ରା କାଳୀ ଙ୍କ ପୀଠ ରୁଆରମ୍ଭ ହୋଇଛି |ପ୍ରଥମ ଦିନ ରାତ୍ର ର ଅର୍ଦ୍ଧରେ ଠାକୁର ପାଟ ଭୋକ୍ତା, ପାଟ ଦଣ୍ଡୁଆ ଓ ଅନ୍ୟାନ୍ୟ ଭକ୍ତ ମାନେ ଗୃହ ତ୍ୟାଗ କରି ପୋଖରୀ ତୁଠ କୁ ଆସିଥାନ୍ତି | ଏହି ରାତ୍ରି କୁ ନିଶାଘାଟ କୁହାଯାଏ |।

ପୋଖରୀ ତୁଠ ରେ ଠାକୁର ଙ୍କ ଜୀବନ୍ୟାସ ଓ ଅଗ୍ନି ପରୀକ୍ଷା ନିତି ଅନୁଷ୍ଠିତ ହୁଏ | ପରେ ଲଙ୍ଗଳେଶ୍ୱର ଠାରେ ଥିବା ଛତ୍ରସ୍ବର ଙ୍କ ଠାରୁ ଆଜ୍ଞା ମାଳ ଆଣି ଗ୍ରାମରେ ଠାକୁର ସାହି ପରିକ୍ରମା କରିଥାନ୍ତି | ରାତ୍ରି ଭୋଜନ ଓ ପଣା ସେବନ ପରେ ଗଦିଶ୍ୱର ଙ୍କ ଠାରେ ପ୍ରଣିପାତ କରି ମାନସିକ ଧରି ଦଣ୍ଡୁଆ ଙ୍କ ସହ ଗ୍ରାମ ଗ୍ରାମ ଠାକୁର ଙ୍କୁ ସାଥି ରେ ନେଇ ପରିକ୍ରମା କରିବା ସହ ପାଣି ଦଣ୍ଡ, ଧୂଳି ଦଣ୍ଡ ଓ ଅଗ୍ନି ଦଣ୍ଡ କରି ଦିନ ତମାମ ବିନା ଆହାର ରେ ପାଦରେ ଚାଲି ଚାଲି ମଇଲ ମଇଲ ବାଟ ଯାଇ ମାନସିକ ଧାରୀ ଙ୍କ ଘର ଆଗରେ ଦଣ୍ଡ ନାଚ ମଞ୍ଚସ୍ଥ କରନ୍ତି |।

ଖଲ୍ଲିକୋଟ ର ଲଙ୍ଗଳେଶ୍ୱର ଦଣ୍ଡ ଓଡିଶା ର ଏକ ପ୍ରତିଷ୍ଠିତ ଦଣ୍ଡ ଠାକୁର ଙ୍କ କଠୋର ନିତି ନିୟମ ରେ ମାନସିକ ଧରି ମାନଙ୍କୁ ଚଳି ବାକୁ ପଡେ |ଖଲ୍ଲିକୋଟ ବ୍ଲକ ରେ ଦାନପୁର, ତାଳପଡା, ପଥରା, କେଶପୁର, ସମେତ ଚଣ୍ଡୀପୀଠ ଓ ଗୋଲା ଗଣ୍ଡା ପଲ୍ଲୀ ପଭୃତି ଦଣ୍ଡ ଯାତ୍ରା ଥିବା ବେଳେ 21,13 ଓ 18 ଦିନିଆ ଦଣ୍ଡ ପାଳନ ହୋଇ ଥାଏ |।

ଚଳିତ ବର୍ଷ ଦଣ୍ଡ ନାଚ ସଂଘ ତରଫରୁ ଦଣ୍ଡ ନାଚ ରେ ସାମାଜିକ ନାଟକ ଓ ଅଶ୍ଳୀଳ ନୃତ୍ତା କୁ ବାରଣ କରାଇଆଇ ଥିବାରୁ କେବଳ ଦଣ୍ଡ ଶୁଆଙ୍ଗ ସମେତ ପାରମ୍ପରିକ ଦଣ୍ଡ କରିବା ନେଇ କଟକଣା ଜାରୀ କରିବା ନେଇ କିଛି ଦଣ୍ଡ ନାଚ କଳାକାର ଅସୁଖୀ ଥିବା ଦେଖିବାକୁ ମିଳିଛି | ଏହି ପାରମ୍ପରିକ ଦଣ୍ଡ ଯାତ୍ରା ଆଗାମୀ ମେଷ ସଂକ୍ରାନ୍ତି ଦିନ ମେରୁ ଯାତ୍ରା ରେ ପୂର୍ଣ୍ଣାହୁତି ହୋଇଥାଏ |
ରିପୋର୍ଟ -ମାଧବ ବେହେରା

