You are currently viewing ଶବରୀମାତା ଶ୍ରୀରାମ ଧାମରେ ୧୦୮ହନୁମାନ ଚାଳିଶା।
ଶବରୀମାତା ଶ୍ରୀରାମ ଧାମରେ ୧୦୮ହନୁମାନ ଚାଳିଶା।

ଦିଗପହଣ୍ଡି ୧୬/୧୨():

ପବିତ୍ର ମଙ୍ଗଳ ସଂକ୍ରାନ୍ତି ଉପଲକ୍ଷେ ମଙ୍ଗଳବାର ଦିନ ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବାସୁଦେବପୁର ପଂଚାୟତ ଅଧୀନସ୍ଥ ବଡ଼ ବୁରୁଡ଼ା ଏବଂ ସାନ ବୁରୁଡ଼ା ନିକଟସ୍ଥ ଶବରୀ ମାତା ଛକ ଶ୍ରୀରାମ ଧାମ ପ୍ରାଙ୍ଗଣରେ ୧୦୮ହନୁମାନ ଚାଳିଶା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ହନୁମାନ ସାଧକ ପଣ୍ଡିତ ଶ୍ରୀ ଲଳିତ ମୋହନ ତ୍ରିପାଠୀ ଓ ରଜନୀକାନ୍ତ ମହାପାତ୍ର ପ୍ରମୁଖ ବରେଣ୍ୟ ବ୍ରାହ୍ମଣ ଯୋଗଦାନ କରି ଜପ,ପୂଜା, ହୋମ ଯଜ୍ଞ ଆଦି ସମ୍ପାଦନା କରିଥିଲେ। ଏହି ସମସ୍ତ କାର୍ଯକ୍ରମ ବରିଷ୍ଠ ବିଜେପି ନେତା ଶ୍ରୀକାନ୍ତ ପାଢ଼ୀଙ୍କ ସଂଯୋଜନାରେ କରାଯାଇଥିଲା। ନିକଟସ୍ଥ ବହୁ ଆଦିବାସୀ ଗ୍ରାମରୁ ଶତାଧିକ ମହିଳା ଓ ପୁରୁଷ ଭକ୍ତ ଯୋଗଦାନ କରି କାର୍ଯକ୍ରମରେ ସହଯୋଗ କରିଥିଲେ। ଆଗନ୍ତୁକ ସମସ୍ତ ଭକ୍ତ ଅନ୍ନ ପ୍ରସାଦ ସେବନ କରି ଖୁସି ମନରେ ଘରକୁ ଫେରିଥିଲେ।