You are currently viewing ରାମନବମୀ ଅବସରରେ ରାମଭକ୍ତଙ୍କ ବାଇକ୍ ରାଲି
ରାମନବମୀ ଅବସରରେ ରାମଭକ୍ତଙ୍କ ବାଇକ୍ ରାଲି

କୋଦଳା (୩୦/୦୩ /୨୦୨୩)
ଆଜି ପବିତ୍ର ରାମ ନବମୀ। ଏହି ଅବସରରେ ରାମଭକ୍ତକଂ ବାଇକ୍ ଶୋଭାଯାତ୍ରା ଦେଖିବାକୁ ମିଳିଛି। ଜୟ ଶ୍ରୀରାମ ନାରା ଦେଇ ରାମ ଭଜନ, ରାମ ଧ୍ବନିରେ ଶହ ଶହ ସଂଖ୍ଯାରେ ଶ୍ରଦ୍ଧାଳୁ ବାଇକ୍ ରାଲିରେ ବାହାରିଥିଲେ। ଗଞ୍ଜାମ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି ଏଭଳି ଏକ ବାଇକ୍ ଶୋଭାଯାତ୍ରା। ବିଜେପି ନେତା ପ୍ରତାପ ନାୟକଙ୍କ ନେତୃତ୍ବରେ ଏକ ବିରାଟ ଶୋଭାଯାତ୍ରାରେ ରାମ ପ୍ରେମୀ ମାନେ କବିସୂର୍ଯ୍ୟନଗର ଠାରୁ ବାହାରି କୋଦଳାରେ ପହଞ୍ଚିଥିଲେ। କୋଦଳା ସହର ପରିକ୍ରମା ପରେ ବେଗୁନିଆପଡ଼ା ଦେଇ ଅଗାଁର ଗାଁ ପର୍ଯ୍ୟନ୍ତ ଯାଇଥିଲେ।

ଅଞ୍ଚଳରୁ ବହୁ ଯୁବକ ଏଥିରେ ସାମିଲ ହୋଇଥିବା ବେଳେ ପ୍ରାୟ ୫୦୦ ବାଇକ୍ ଶୋଭାଯାତ୍ରାରେ ସାମିଲ ହୋଇଥିଲା। ଶ୍ରୀ ରାମ ଭକ୍ତ, ରାମ ପ୍ରେମୀ, ହିନ୍ଦୁ ପରିଷଦ ପରି ସବୁ ବର୍ଗର ଲୋକଙ୍କୁ ଏହି ଶୋଭାଯାତ୍ରାରେ ଦେଖିବାକୁ ମିଳିଥିଲା। ୭୦ କିଲୋମିଟର ଧରି ଏହି ଶୋଭାଯାତ୍ରା ହୋଇଥିବା ବେଳେ ଜୟ ଶ୍ରୀ ରାମ ନାରାରେ ପ୍ରକମ୍ପିତ ହୋଇଥିଲା ରାସ୍ତାଘାଟ ।ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।