You are currently viewing ଶାଳବଣ ସିଦ୍ଧେଶ୍ଵର ମନ୍ଦିରର ୨୪ ତମ ବାର୍ଷିକ ଉତ୍ସବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ।
ଶାଳବଣ ସିଦ୍ଧେଶ୍ଵର ମନ୍ଦିରର ୨୪ ତମ ବାର୍ଷିକ ଉତ୍ସବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ।

କୋଦଳା
ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ ଶାଳବଣ ସିଦ୍ଧେଶ୍ଵର ମନ୍ଦିରର ୨୪ ତମ ବାର୍ଷିକ ଉତ୍ସବ ଆଜି ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିବା ବେଳେ ମନ୍ଦିରର ବାର୍ଷିକ ଆୟ ବ୍ୟୟର ହିସାବ ସହିତ ମନ୍ଦିରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯ ସଂପର୍କରେ ଆଲୋଚନା ହୋଇଛି। ଆଖପାଖ ୨୫ ଖଣ୍ଡ ଗ୍ରାମର ଭଦ୍ର ବ୍ଯକ୍ତି ମାନେ ଏଥିରେ ଯୋଗ ଦେଇଥିବା ବେଳେ ଏହି ଅବସରରେ ପ୍ରସାଦ ସେବନର ବନ୍ଦବୋସ୍ତ ମଧ୍ୟ ହୋଇଥିଲା ।ସଭାପତି ଜୋହନ୍ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଉପଦେଷ୍ଟା ଶିବ ପ୍ରସାଦ ପଟ୍ଟନାୟକ, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ନାୟକ, ଉପସଭାପତି ରାମହରି ପଣ୍ଡା, ମହେଶ୍ବର ପଣ୍ଡା, ରାମକୃଷ୍ଣ ପଣ୍ଡା ପ୍ରମୁଖ ବହୁ କର୍ମକର୍ତ୍ତା ଏଥିରେ ଉପସ୍ଥିତ ରହି ସହଯୋଗ କରିଥିଲେ।ଗଞ୍ଜାମ ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।