You are currently viewing ପଦ୍ମନାଭପୁର ଗ୍ରାମରେ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ପାଳନ।
ପଦ୍ମନାଭପୁର ଗ୍ରାମରେ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ପାଳନ।

ଓଡ଼ିଶାର ଇଷ୍ଟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ଓଡ଼ିଶାର ନୁହେଁ ସେ ସମଗ୍ର ବିଶ୍ୱର ଦେବତା । ତାଙ୍କ ପାଇଁ ଵାର ମାସରେ ତେର ପର୍ବ ପାଳିତ ହୁଏ। ଏହି ସଵୁ ପର୍ବପର୍ବାଣୀ ମଧ୍ୟରୁ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଏକ ମୁଖ୍ୟ ପର୍ବ ।ପ୍ରତି ବର୍ଷ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟ ତିଥିରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୁଏ। ଏହି ଯାତ୍ରାକୁ ଶ୍ରୀ ଗୁଣ୍ଡିଚା ଯାତ୍ରା ଓ ଘୋଷଯାତ୍ରା ମଧ୍ୟ କୁହାଯାଏ। ଏହି ଦିନ ପ୍ରଭୁ ଜଗନ୍ନାଥ , ବଳଭଦ୍ର, ଓ ଦେଵୀ ସୁଭଦ୍ରା ତିନୋଟି ରଥରେ ଵସି ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି । ଆଜି ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ଗୁଣ୍ଡିଚା ରଥଯାତ୍ରା ଉପଲକ୍ଷେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ନିକଟସ୍ଥ କମା ପଦ୍ମନାଭପୁର ଗ୍ରାମର କମାସାହି ରେ ଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ପରିସରରେ ରଥଯାତ୍ରା ପାଳନ କରାଯାଇଥିଲା।

ପ୍ରଥମେ ବଳଭଦ୍ର, ଦ୍ବିତୀୟରେ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଘଣ୍ଟ, ଘଣ୍ଟା, ଶଙ୍ଖ, କୀର୍ତ୍ତନ, ହରିବୋଲ ହୁଳହୁଳି ଧ୍ୱନୀରେ ପହଣ୍ଡି ବିଜେ କରାଯାଇ ଠାକୁର ମାନଙ୍କୁ ରଥ ଉପରକୁ ନିଆଯାଇଥିଲା ଏହା ପରେ ଠାକୁରମାନଙ୍କୁ ସମସ୍ତ ପୂଜାବିଧି କରିସାରିବା ପରେ ଦଉଡ଼ି ଲଗାଯାଇ ରଥ ଟଣା ଯାଇଥିଲା । ଶ୍ରୀ ଜଗନ୍ନାଥ ହେଲେ ଭକ୍ତ ଵଛ୍ଳଳ ଭକ୍ତଟିଏ ଯେପରି ଶ୍ରଦ୍ଧାରେ ଧାଇଁ ଆସେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ସେହିପରି ବଡ଼ଠାକୁର ମଧ୍ୟ ଜାତି, ଧର୍ମ ,ବର୍ଣ୍ଣ , ନିର୍ବିଶେଷରେ ନିଜର ଲକ୍ଷ ଲକ୍ଷ ଭକ୍ତମାନଙ୍କୁ ଭେଟିବା ପାଇଁ ବଡ଼ଦେଉଳ ଛାଡି ଛାଲିଆସନ୍ତି ନିଜ ଭକ୍ତ ଗ୍ରହଣକୁ। ଏ ସାରା ପୃଥିବୀକୁ ମାନବବାଦ ସମାନତା ଏବଂ ବିଶ୍ଵ ଭାତୃତ୍ବର ସଂଦେଶ ଦେଇଥାଏ। ପୁରାଣରେ ବର୍ଣ୍ଣିତ ଅଛି, ଶ୍ରୀ ଜଗନ୍ନାଥଙ୍କୁ ରଥରେ ଦର୍ଶନ କଲେ ପୁନର୍ଜନ୍ମ ହୁଏନାହିଁ । ପ୍ରତିବର୍ଷ ଏ ଯାତ୍ରା ଦେଖିବା ପାଇଁ ପଦନାଭପୁର ଏବଂ ଆଖପାଖ ଗ୍ରାମ ଅଂଚଳରୁ ବହୁ ଭକ୍ତ ଆସନ୍ତି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବହୁସଂଖ୍ୟାରେ ପୋଲିସ ବାହିନୀକୁ ନିଯୁକ୍ତି କରାଯାଇଥାଏ।

ପରିଶେଷରେ ଏହି ରଥଟଣା କାର୍ଯ୍ୟକ୍ରମରେ ଏନ୍.ମହେଶ୍ଵର ରାଓ, ଏସ୍. ଚନ୍ଦ୍ରଶେଖର ଶର୍ମା, ଏନ୍ ଚନ୍ଦ୍ରଶେଖର, ଏସ୍.ରବିକୁମାର ଶର୍ମା, ଏନ୍.ରଵିକୁମାର , ଏନ୍. ବିଜୟକୁମାର ଏସ୍.ସୀତାରାମ ମୂର୍ତ୍ତି , ଏସ୍. ମହେଶ୍ବର ରାଓ, ଏସ୍. ଗଙ୍ଗାଧର ଶର୍ମା, ଏନ୍ ଶ୍ରୀ ନିବାସ ରାଓ, ଵେଦ ପୁରୋହିତ ଶିବାରାମାକିର୍ଷ୍ଣା ଶର୍ମା , ଏସ୍ ନରସିଂହ ମୂର୍ତ୍ତି, ସମସ୍ତ ପୁରୋହିତ ବର୍ଗ ଏବଂ ଗ୍ରାମବାସୀ ଭକ୍ତ ମାନଙ୍କ ସହଯୋଗରେ ଅତି ଆଡ଼ମ୍ବର ସହକାରେ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ପାଳନ କରାଯାଇଥିଲା।

ରିପୋର୍ଟ:ରବି କୁମାର ଶର୍ମା