You are currently viewing ଦଣ୍ଡିଶ୍ୱର ମହାଦେବଙ୍କ ପୀଠରେ ହେବ ବିଶ୍ବ ଶାନ୍ତି ମହାଯଜ୍ଞ :<br>ଆଜିଠାରୁ ଆରମ୍ଭ ହେଲା ପ୍ରକ୍ରିୟା।
ଦଣ୍ଡିଶ୍ୱର ମହାଦେବଙ୍କ ପୀଠରେ ହେବ ବିଶ୍ବ ଶାନ୍ତି ମହାଯଜ୍ଞ :
ଆଜିଠାରୁ ଆରମ୍ଭ ହେଲା ପ୍ରକ୍ରିୟା।

ବିଶ୍ବର କଲ୍ଯାଣ ନିମନ୍ତେ ଦୀର୍ଘ ବର୍ଷ ପରେ ଚଳିତ ବର୍ଷ ଦଣ୍ଡିଶ୍ୱର ମନ୍ଦିର ପ୍ରାଙ୍ଗଣରେ ହେବାକୁ ଯାଉଛି ବିଶ୍ବ ଶାନ୍ତି ମହାଯଜ୍ଞ। ଗଞ୍ଜାମ ଜିଲ୍ଲା କୋଦଳାର ବହୁ ପୁରାତନ ଶୈବପୀଠ ବାବା ଦଣ୍ଡିଶ୍ୱର ମନ୍ଦିର ଏଥିପାଇଁ ଏବେ ଚଳଚଞ୍ଚଳ ହୋଇପଡିଛି। ଆସନ୍ତା ମାର୍ଚ୍ଚ ୨୮ ରୁ ଏପ୍ରିଲ୍ ୭ ତାରିଖ ପର୍ଯ୍ୟନ୍ତ ମହାଯଜ୍ଞ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିପାଇଁ ଆଜି ଶୁଭ ସ୍ତମ୍ଭ ସ୍ଥାପନ ହୋଇଛି। ବହୁ ପଣ୍ଡିତ ମାନଙ୍କ ଉପସ୍ଥିତିରେ ହୋମ, ପୂଜାର୍ଚ୍ଚନା ପୂର୍ବକ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜଜ୍ଞ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏବେଠୁ ପ୍ରସ୍ତୁତ ହେଉଛି କୋଦଳା ସହର।ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।