You are currently viewing ତୁମ୍ବେଶ୍ୱର  ମନ୍ଦିର ପ୍ରତିଷ୍ଠା ନିମନ୍ତେ କଳସ ଯାତ୍ରା ଅନୁ୍ଷ୍ଠିତ
ତୁମ୍ବେଶ୍ୱର  ମନ୍ଦିର ପ୍ରତିଷ୍ଠା ନିମନ୍ତେ କଳସ ଯାତ୍ରା ଅନୁ୍ଷ୍ଠିତ

ବେଗୁନିଆପଡା ( ୧୫.୨.୨୦୨୪)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ସ୍ଥିତ ଶ୍ରୀ ତୁମ୍ବେଶ୍ୱର ଶୈବ ମନ୍ଦିର ନୂତନ ପ୍ରାସାଦ ପ୍ରତିଷ୍ଠା ଓ ବିଶ୍ଵଶାନ୍ତି ମହାଯଜ୍ଞ ନିମନ୍ତେ ଏକ କଳସ ଯାତ୍ରା ଅନୁ୍ଷ୍ଠିତ ହୋଇଯାଇଛି  ।କାଳୀ ମନ୍ଦିର ନିକଟସ୍ଥ ପୋଖରି ରେ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ସହ କଳସ ଯାତ୍ରା ଆରମ୍ଭ ହୋଇଥିଲା  ।ଏହି ବିଶ୍ଵଶାନ୍ତି ମହାଯଜ୍ଞ ଗତ ୧୪ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୧ ତାରିଖ ଦିନ ପୂର୍ଣ୍ଣାହୁତି ହେବ। ଏହି ପରିପ୍ରେକ୍ଷୀରେ ନାମଯଜ୍ଞ, ଜ୍ଞାନଯଜ୍ଞ, ଅନ୍ନଯଜ୍ଞ, ଘୃତଯଜ୍ଞ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁ୍ଷ୍ଠିତ ହେବ । କର୍ମକାଣ୍ଡ ପଣ୍ଡିତ ଗୌରୀ କୁମାର ମିଶ୍ର ପୁରୋହିତ ଭାବେ କାର୍ଯ୍ୟ ନିର୍ବାହ କରୁଥିବା ବେଳେ ମନ୍ଦିର ପରିଚାଳନା କମିଟି ସଦସ୍ୟ ଏବଂ ଷଣ୍ଢମୂଳ ଗ୍ରାମ ପଞ୍ଚାୟତ ବାସୀ ମାନେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରୁଛନ୍ତି  ।ଆଜିର ଏହି କଳସ ଯାତ୍ରା ରେ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ମାନେ ଯୋଗ ଦେଇଥିଲେ ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।