You are currently viewing ଆସିକା ଏନ ଏ ସି କୁ ମୁନିସିପାଲିଟି ଘୋଷଣା: ଅଂଚଳରେ ଖୁସିର ଲହରୀ
ଆସିକା ଏନ ଏ ସି କୁ ମୁନିସିପାଲିଟି ଘୋଷଣା: ଅଂଚଳରେ ଖୁସିର ଲହରୀ

ଆସିକା, ୨୪/୦୨ (ଶକ୍ତି ପସାଦ କର )ରାଜ୍ୟ କ୍ୟାବିନେଟରେ ଅନୁମୋଦନ ହୋଇ ଆସିକା ଏନ ଏ ସି କୁ ମ୍ୟୁନ୍ସିପାଲଟି ମାନ୍ୟତା ମିଳିବା ପରେ ସହରରେ ଖୁସିର ଲହରୀ ଖେଳିଯାଇଛି।। ଏହି ଅବସରରେ ଆସିକା ଆରାଧ୍ୟ୍ୟଦେବୀ ଖମ୍ବେଶ୍ୱେରୀ ଙ୍କ ପୀଠରେ ଅଧକ୍ଷା ବିନିତା ସ୍ବାଇଁ ,କାଉନସିଲର ଓ କର୍ମଚାରୀଙ୍କ ପହଞ୍ଚି ପୂଜାର୍ଚନା କରି ସାରି ବାଦ୍ୟ, ବାଣ, ବାଜଣା ରେ ସହର ପରିକ୍ରମାର କରିଥିଲେ l ପ୍ରକାଶ ଥାଉକି ଗତ ୧୫/୧୧/୧୯୫୭ ମସିହାରେ ଏନ ଏ ସି ଘୋଷଣା ହୋଇଥିଲା l ସମ୍ପ୍ରତି ରାଜ୍ୟ ସରକାର ମୁନିସିପାଲିଟି ଘୋଷଣା କରିବା ପରେ ସମସ୍ତ କାଉନସିଲର, କର୍ମଚାରୀ, ଅଧକ୍ଷl, ଉପଧକ୍ଷା ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଫୁଲ ତୋଡ଼ା ଦେଇ ଶୁଭେଚ୍ଛା ପ୍ରଦାନ କରି ମିଷ୍ଟାନ୍ନ ବଣ୍ଟନ କରିଥିଲେ l ସନ୍ଧ୍ୟାରେ ବିଜୁ ବାବୁ ଙ୍କ ପ୍ରତି ମୂର୍ତ୍ତି ରେ ଆସିକା ସାଂସଦ ପ୍ରମିଳା ବିଷୋୟି, ବିଧାୟିକା ମଞ୍ଜୁଳା ସ୍ୱାଇଁ, ଯୁବ ନେତା ନଚିକେତା ସ୍ୱାଇଁ, ଅଧକ୍ଷl ବିନେତା ସ୍ୱାଇଁ,ଉପଧ୍ୟକ୍ଷା ଜୟନ୍ତୀ ବିଷୋୟୀ,, ଆଇନଜୀବି ସୁରେନ୍ଦ୍ର ନାଥ ପଣ୍ଡା, ସନ୍ତୋଷ ପାଣିଗ୍ରାହୀ, ଦିଲ୍ଲୀପ ପାଣିଗ୍ରାହୀ, ନାରାୟଣ ମୁନି, ଅରୁଣ ପାତ୍ର, କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ବେଜ ଏବଂ ସମସ୍ତ କାଉନସିଲର ପ୍ରମୁଖ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ

ପଟନାୟକ,୫ଟି ଅଧକ୍ଷ ଭି କେ ପାଣ୍ଡିଆନ ସହ ଜିଲ୍ଲା ପ୍ରଶାସନ ଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜଣାଇଛନ୍ତି l ଏନ ଏ ସି କାର୍ଯ୍ୟାଳୟ ର କର୍ମଚାରୀ , ଶିକ୍ଷାବିତ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।