You are currently viewing ଘର ଘର ବୁଲି ନିମନ୍ତ୍ରଣ ପତ୍ର ଅକ୍ଷତ ବଣ୍ଟନ କଲା ବିଜେପି
ଘର ଘର ବୁଲି ନିମନ୍ତ୍ରଣ ପତ୍ର ଅକ୍ଷତ ବଣ୍ଟନ କଲା ବିଜେପି

ଖଲ୍ଲିକୋଟ : 21/1 ସୋମବାର ଦିନ ଅଯୋଧ୍ୟା ରେ ରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ବିଜେପି କର୍ମୀ ମାନେ ରବିବାର ଦିନ ଖଲ୍ଲିକୋଟ ଏନ ଏ ସି ର ବାଲୁକେଶ୍ବରପୁର ଓ ତୋଟା ଗାଁ ସମେତ ବିଭିନ୍ନ ୱାର୍ଡ ପରିକ୍ରମା କରି ନିମନ୍ତ୍ରଣ ପତ୍ର ଓ ଅକ୍ଷତ ବଣ୍ଟନ କରିବା ସହ ଗ୍ରାମରେ ମଦ ଆମିଷ ବର୍ଜନ କରି ରାମଙ୍କ ଉଦ୍ଦେଶ୍ୟ ରେ ଦୀପାବଳି ଓ ଭଜନ କୀର୍ତନ କରି ଶୁଦ୍ଧ ପୁତ ଭାବେ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ |ପରିକ୍ରମା ବେଳେ ବିଜେପି ଘୁମୁସର ଜିଲ୍ଲା ବିଜେପି ସମ୍ପାଦକ ଅନିଲ ପଣ୍ଡା, ନିର୍ବାଚବ ମଣ୍ଡଳୀ ସଂଯୋଜକ ଯଜ୍ଞ ନାରାୟଣ ଦାଶ, ନଗର ବିଜେପି ସଭାପତି ଶଙ୍କର ପ୍ରସାଦ ନାହାକ ଓ କୋଷାଧ୍ୟକ୍ଷ ସନ୍ତୋଷ ମହାପାତ୍ର, ପଙ୍କଜ ମାଝି, ସନ୍ତୋଷ ଗୌଡ଼, ଶମ୍ଭୁ ପ୍ରଧାନ, ଅଶୋକ ଦଳାଇ, ସୌମ୍ୟକାନ୍ତ ପଣ୍ଡା ସମେତ ରାମ ଭକ୍ତ ମାନେ ସାମିଲ ହୋଇଥିଲେ |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )