ଖଲ୍ଲିକୋଟ 8/1 ସୋମବାର ଦିନ ଖଲ୍ଲିକୋଟ ବ୍ଲକ ର 29 ଗୋଟି ପଂଚାୟତ ରେ ଅର୍ପଣ ରଥ ର ପରିକ୍ରମା ପାଇଁ ସ୍ଥାନୀୟ ବ୍ଲକ ପରିସର ରେ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଙ୍କ ପୌରହିତ୍ୟ ରେ ଅର୍ପଣ ରଥ ର ପୂଜା ଅର୍ଚନା ସହ ରଥ ପରିକ୍ରମା ର ଶୁଭାରମ୍ଭ କରାଯାଇଥିବା ଜଣାପଡିଛି |ଅର୍ପଣ ରଥ ପରିକ୍ରମା ପରେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମ ରେ ପହଂଚିବା ପରେ ବିଧାୟିକା ଶ୍ରୀମତୀ ବୈଦ୍ୟ ଙ୍କୁ ଗ୍ରାମ ବାସି ମାନେ ରଥ କୁ ସ୍ୱାଗତ କରିବା ସହିତ ବିଧ|ୟିକା ଘର ଘର ବୁଲି ମହିଳା ମାନଙ୍କ ଠାରୁ ଅକ୍ଷତ ଚାଉଳ ଓ ଗୁଆ ସଂଗ୍ରହ କରିଥିଲେ |ଉକ୍ତ ରଥ ପୂଜନ କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷ ଦୈତାରୀ ବେହେରା, ଖଲ୍ଲିକୋଟ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ ସମେତ ବହୁ ସରପଞ୍ଚ ଓ ସମିତି ସଭ୍ୟ ଅଂଶ ଗ୍ରହଣ କରିଥିଲେ | ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ର ସମସ୍ତ କର୍ମଚାରୀ ଓ ଅଧିକାରୀ ମାନେ ରଥ ପରିକ୍ରମା ରେ ସହଯୋଗ କରିଥିଲେ |
( report: ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )
