You are currently viewing ବିଶ୍ଵଶାନ୍ତି ମହାଯଜ୍ଞ ସକାଶେ ପ୍ରସ୍ତୁତି ବୈଠକ।
ବିଶ୍ଵଶାନ୍ତି ମହାଯଜ୍ଞ ସକାଶେ ପ୍ରସ୍ତୁତି ବୈଠକ।

ଦିଗପହଣ୍ଡି:୧୬/୧୨()
ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ମଦନମୋହନ ଗ୍ରାମ ଭୀମ ସାଗର ପାହାଡ଼ ଶିଖରରେ ଅବସ୍ଥିତ ପ୍ରସିଦ୍ଧ ମହାକାଳେଶ୍ଵର ଶୈବ ପୀଠରେ ପଞ୍ଚ କୁଣ୍ଡୀୟ ବିଶ୍ଵଶାନ୍ତି ମହାଯଜ୍ଞ ଆୟୋଜନ କରିବା ନିମନ୍ତେ ମଙ୍ଗଳ ବାର ଅପରାହ୍ନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଯାଇଛି। ମାର୍ଚ୍ଚ ୨୨ତାରିଖ ଠାରୁ ଏହି ଯଜ୍ଞ ଆରମ୍ଭ ହେବ ଏବଂ ୨୭ ତାରିଖ ଶ୍ରୀରାମ ନବମୀ ଦିନ ପୂର୍ଣ୍ଣାହୁତି କରିବା ପାଇଁ ନିଷ୍ପତ୍ତି ହୋଇଅଛି।ପଣ୍ଡିତ ଅଶୋକ ପାଢ଼ୀଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ କମିଟି ଗଠନ କରାଯାଇଥିଲା। ଏହି ବୈଠକରେ ୫ଟି ପଞ୍ଚାୟତରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ।ସଭାପତି ଭାବେ ମୂରଲୀଧର ସ୍ୱାଇଁ, ସାଧାରଣ ସମ୍ପାଦକ ଭାବରେ ବିଜୟ ଚନ୍ଦ୍ର ପ୍ରଧାନ ଓ ଜାଗିଲି ପ୍ରଧାନ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ । ଏତଦ୍ ବ୍ୟତୀତ ସୁଦାମ ଦୋରା, ଲଡୁ କିଶୋର ସ୍ୱାଇଁ, ରାଜେନ୍ଦ୍ର ପ୍ରଧାନ, ନରସିଂହ ପ୍ରଧାନ, ମୁରଲୀ ପ୍ରଧାନ, ସହଦେବ ପାତ୍ର, ଭୂଷଣ ଦଳେଇ, କୃତିବାସ ପାତ୍ର, ତପ୍ତ ପଣ୍ଡା, ଗଣେଶ ଚନ୍ଦ୍ର ପ୍ରଧାନ, ବାଙ୍କ ବିହାରୀ ପ୍ରଧାନ ପ୍ରମୁଖ ଉପଦେଷ୍ଟା କମିଟି ରୂପେ ମନୋନୀତ ହୋଇଥିଲେ।