ଖଲ୍ଲିକୋଟ : 9/6 ଖଲ୍ଲିକୋଟ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସର ରେ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ଆସିଥିବା ଆଚାର୍ଯ୍ୟ ଓ ଆଚାର୍ଯ୍ୟା ମାନଙ୍କ ର ଏକ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି |ଆୟୋଜିତ କର୍ମଶାଳା କୁ ଓଡିଶା ଶିକ୍ଷା ବିକାଶ ସମିତି ର କୋଷଧ୍ୟକ୍ଷ ସତ୍ୟ ନାରାୟଣ ପଟନାୟକ ସଭାପତିତ୍ୱ

|ଅନ୍ୟ ମାନଙ୍କ ମଧ୍ୟରେ ପ୍ରାନ୍ତୀୟ ଶିକ୍ଷା ସଂଗଠକ ଜିତେନ୍ଦ୍ର କୁମାର ପଣ୍ଡା, ଉପ ସଭାପତି ଦୟାନିଧି ସାହୁ ଓ କୋଷାଧ୍ୟକ୍ଷ ରତ୍ନାକର ଦାଶ ପ୍ରମୁଖ ଯୋଗ ଦେଇଥିବା ବେଳେ କର୍ମଶାଳା ର ଦ୍ଵିତୀୟ ଦିବସ ରେ ବରିଷ୍ଠ ସାମ୍ବାଦିକ ମାଧବ ବେହେରା ଅତିଥି ଭାବେ ଯୋଗ ଦେଇ ସରକାରୀ ଓ ବେସରକାରୀ ଶିକ୍ଷା ବ୍ୟବସ୍ଥା ର ଏକ ତୁଳନାତ୍ମକ ବିବରଣୀ ଉପସ୍ଥାପନ କରିଥିଲେ |ଉକ୍ତ କାର୍ଯ୍ୟକ୍ରମ କୁ ଶିଶୁ ବିଦ୍ୟା ମନ୍ଦିର ର ସମ୍ପାଦକ ସନ୍ତୋଷ କୁମାର ମହାପାତ୍ର ଙ୍କ ସମେତ ଲଙ୍ଗଳେଶ୍ୱର ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ଶତପଥୀ ଙ୍କ ସମେତ ପ୍ରାୟ 93 ଜଣ ପ୍ରଧାନ ଆଚାର୍ଯ୍ୟ ଓ ଗୁରୁମା ଓ ଗୁରୁଜୀ, ପରିଚାଳନା ସମିତି ର ସମସ୍ତ ସଦସ୍ୟ ଓ କର୍ମକର୍ତା ମାନେ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ |

ଆସନ୍ତା କାଲି କର୍ମଶାଳା ର ଉଦଯାପନ ହେବ ବୋଲି ଜଣାପଡିଛି |
ରିପୋର୍ଟ : ମାଧବ ବେହେରା, ଖଲ୍ଲିକୋଟ
