ଗଞ୍ଜାମ 27/1 ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ରାଉଳପଲ୍ଲି କନକ ଦୁର୍ଗା ପୀଠ ଠାରେ ସପ୍ତମ ଦିନ ଧରି ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଉଛି |ପ୍ରଥମ ଦିନ ରେ ଅଙ୍କୁରାରୋପଣ,ମଣ୍ତପ ଅଧିକରଣ କାର୍ଯ୍ୟକ୍ରମ ହୋଇଥିବା ବେଳେ ଆଜି ଦ୍ୱିତୀୟ ଦିନରେ କଳସ ଯାତ୍ରା,ସୂର୍ଯ୍ୟ ପୂଜା,ସମସ୍ତ ବିଗ୍ରହ ପ୍ରାଣ ପ୍ରତିଷ୍ଠା,ଅଗ୍ନି ସ୍ଥାପନ ପୂଜାପାଠ କରାଯାଇଛି। ଏହି ଯଂଜ୍ଞର ଆୟୋଜକ ନିର୍ମଳ ଚନ୍ଦ୍ର ସାହୁ ଙ୍କ ଅଧକ୍ଷତା ରେ ଆରମ୍ଭ ହୋଇ ଥିଲା ବେଳେ, ଏହାର ଯଂଜ୍ଞାଚାର୍ଯ୍ୟ ଭାବେ ସନ୍ଥ ନିର୍ଭୟାନନ୍ଦ ଦାଶ, ଓ ଅନେକ ସାଧୁ ସନ୍ଥ, ବିଦ୍ୱାନ ପଣ୍ଡିତ ଓ ସ୍ଥାନୀୟ ପୁରୋହିତ ଙ୍କ ମନ୍ତ୍ର ଧ୍ୱନି ରେ ଏହି ଯଜ୍ଞ କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଛି |

ରାଜ୍ୟ ରୁ ଏବଂ ରାଜ୍ୟ ବାହାରୁ ଅନେକ ସାଧୁସନ୍ଥ ଆସିଥିବା ଦେଖିବାକୁ ମିଳିଛି। କବିସୂର୍ଯ୍ୟ ନଗର ବିଧାୟିକାଲତିକା ପ୍ରଧାନ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି | ପୁରୁଷୋତ୍ତମପୁର ବ୍ଲକର 26 ଗୋଟି ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ମାନଙ୍କ ସହିତ ପୂର୍ବତନ ଜନ ପ୍ରତିନିଧି, 3ଗୋଟି ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟା ମାନେ ମଧ୍ୟ ଉପସ୍ଥିତ ରହି ଛନ୍ତି | ସ୍ଥାନୀୟ 7ଗୋଟି ଗ୍ରାମର ଜନସାଧାରଣ, ଯୁବ ବର୍ଗ, ମହିଳା ମାନେ ଯଂଜ୍ଞର ସବୁ କାର୍ଯ୍ୟ ରେ ସହଯୋଗ କରୁଛନ୍ତି | ସେଠାରେ ଘୃତ ଯଜ୍ଞ ସହିତ ଅର୍ଣ୍ଣ ଯଜ୍ଞ, ଗୋ ଯଜ୍ଞ, ଜ୍ଞାନ ଯଜ୍ଞ, ଅନୁଷ୍ଠିତ ହେଉଛି |

ବ୍ରାହ୍ମଣ ଓ ସନ୍ଥ ଙ୍କ ପବିତ୍ର ମନ୍ତ୍ରଧ୍ଵନି ପାଠ ରେ ସେହି ପାଣ୍ଡଵ ମାନଙ୍କ ଅଜ୍ଞାତ ବନବାସସ୍ଥଳ ଗୁପ୍ତେଶ୍ୱର ପୀଠ ପ୍ରକମ୍ପିତ ହୋଇଉଠୁଛି ଏହି ପରିବେଶ। ଏହି ଯଜ୍ଞ ଅନୁଷ୍ଠାନ ରେ ପ୍ରସାଦ ସେବନ ସମେତ ଯଜ୍ଞ ଦେଖିବାକୁ ହଜାର ହଜାର ଭକ୍ତ ଙ୍କ ସମାଗମ ଲାଗି ରହିଛି। ଏହା ସହ ବିଭିର୍ଣ୍ଣ ମିନା ବଜାର, ଦୋଳି, ଗୁପଚୁପ, ଚାର୍ଟ, ମନୋହର ପସରା ସହିତ ଅନେକ ଦୋକାନ ବଜାର ଖୋଲା ଯାଇଛି |

ଆସୁଥିବା ଭକ୍ତ ମାନେ ଯଜ୍ଞ ସହିତ ସବୁ ଥିର ମଜା ନେଇ ଅର୍ଣ୍ଣ ପ୍ରସାଦ ସେବନ କରୁଛନ୍ତି |
ରିପୋର୍ଟ ପ୍ରସନ୍ନ କୁମାର ଦାସ
