You are currently viewing ଗଞ୍ଜାମ ଜିଲ୍ଲା ପାଳ ଓ ଏସପି ଙ୍କ ଚୈତ୍ର ଯାତ୍ରା ପାଇଁ ସ୍ଥାନ ପରିଦର୍ଶନ,
ଗଞ୍ଜାମ ଜିଲ୍ଲା ପାଳ ଓ ଏସପି ଙ୍କ ଚୈତ୍ର ଯାତ୍ରା ପାଇଁ ସ୍ଥାନ ପରିଦର୍ଶନ,

ପୁରୁଷୋତ୍ତମପୁର ଆସନ୍ତା ୧୪ ତାରିଖରୁ ଆରମ୍ଭ ହେଉଛି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ଚୈତ୍ର ଯାତ୍ରା । ଯାହାକୁ ନେଇ ଏବେ ପ୍ରସୁତି ଜୋରଦାର ଚାଲିଛି । ଆଜି ଯାତ୍ରା ପ୍ରସୁତିକୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । କିଭଳି ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାର ସହ ଯାତ୍ରା ହେବ ତାହାକୁ ଗୁରୁତ୍ବ ଦିଆଯିବା ସହ ଶ୍ରଦ୍ଧଳୁ ମାନେ ସୁରୁଖୁରୁରେ ଆସି ମା’ଙ୍କୁ ଦର୍ଶନ କରିପାରିବେ ସେ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ସେପଟେ ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅନ୍ୟପଟେ ମାଙ୍କ ଯାତ୍ରାକୁ ଅନେଇ ବସିଛନ୍ତି ଶ୍ରଦ୍ଧାଳୁ ମାନେ ।
ମାଁ ତାରାତାରିଣୀ ଚୈତ୍ର ଯାତ୍ରାକୁ ନେଇ ଏବେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । କାରଣ ଯାତ୍ରାକୁ ଆଉ ମାତ୍ର ଦିନ କେଇଟା ବାକି ରହିଛି । ଆଜି ଯାତ୍ରାକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ମାଁ ତାରାତାରିଣୀଙ୍କ ମନ୍ଦିର ଉପରେ ଅନୁଷ୍ଠିତ ହୋଇଥିଲା । ଯାତ୍ରାକୁ କିଭଳି ଶାନ୍ତି ଶୃଙ୍ଖଳାର ସହ ମା’ଙ୍କ ଯାତ୍ରା ହେବ ସେ ନେଇ ବିଭିନ୍ନ ପଦକ୍ଷେପ ନିଆଯାଇଛି । ବିଭିନ୍ନ ବିଭାଗର ସହାୟତା ନିଆଯାଇଛି । ଯାତ୍ରୀମାନେ କିଭଳି ଶୃଙ୍ଖଳାର ସହ ଦର୍ଶନ କରିପାରିବେ, ପାନୀୟ ଜଳର ବ୍ୟବସ୍ଥା, ରୋପ ୱେ ସହ ପାହାଚରେ ଶ୍ରଦ୍ଧାଳୁ ମାନେ କିଭଳି ବିନା କୈାଣସି ଅସୁବିଧାରେ ଆସିପାରିବେ ସେ ନେଇ ଦୃଷ୍ଟି ଦିଆଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ସେପଟେ ଚଳିତ ବର୍ଷ ପୂର୍ବ ଅପେକ୍ଷା ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ରହିବ । ସୁରକ୍ଷା ବ୍ୟବସ୍ଥା ନିମନ୍ତେ ଦୁଇ ଅତିରିକ୍ତ ଏସପି, ତିନି ଡିଏସପି, ୧୪ ଜଣ ଇନ୍ସପେକ୍ଟର, ୧୦ ପ୍ଲାଟୁନ ପୋଲିସ ଫୋର୍ସ ସହ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।‌ ଏହାସହିତ କୈାଣସି ପ୍ରକାରର ଚୋରି ଓ ଲୁଟପାଟ ନ ହୁଏ ସେ ନେଇ ମଧ୍ୟ ପୋଲିସ ନଜର ରଖିବ ବୋଲି କହିଛନ୍ତି ଗଞ୍ଜାମ ଏସପି ।


ମା’ଙ୍କ ଚୈତ୍ର ଯାତ୍ରା କିଭଳି ସୁରୁଖୁରୁରେ ହେବ ସେ ନେଇ ସେବାୟତ ମାନଙ୍କ ସହ ଜିଲ୍ଲା ପ୍ରଶାସନ ଆଲୋଚନା କରିଥିଲେ । ଚୈତ୍ର ଯାତ୍ରା ସମୟରେ ମାଙ୍କ ଯେଉଁ ସବୁ ରୀତିନୀତି ରହିଛି ତାହା କିଭଳି ଶୃଙ୍ଗଳିତ ଭାବେ ହେବ ସେ ନେଇ ମଧ୍ୟ ସେବାୟତ ମାନେ ଜିଲ୍ଲା ପ୍ରଶାସନକୁ ସମସ୍ତ ପ୍ରକାରର ସହଯୋଗ କରିବେ ବୋଲି କହିଥିଲେ । ମା’ଙ୍କ ଚୈତ୍ର ଯାତ୍ରାର ମାହାତ୍ମ୍ୟ ସମ୍ପୂର୍ଣ୍ଣ ଭିନ୍ନ ରହିଥିବା ଯୋଗୁଁ ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗିରହିବ । ଆଉ ଭିଡ ମଧ୍ୟରେ କିଭଳି ସମସ୍ତ ଭକ୍ତ ମାନେ ମାଙ୍କ କୃପା ଲାଭ କରିପାରିବେ ସେ ନେଇ ସେବାୟତ ମାନେ ମଧ୍ୟ ନିଜର ସହଯୋଗ କରିବେ ବୋଲି କହିଛନ୍ତି ମାଙ୍କ ଶ୍ରୀଅଙ୍ଗ ଲାଗି ସେବାୟତ । ସେପଟେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହୋଇଥିବା ହେତୁ ଅନେକ ଲୋକେ ଏହି ଚୈତ୍ର ଯାତ୍ରା ସମୟରେ ମାଙ୍କ ନିକଟରେ ମୁଣ୍ଡନ କରିବା ସହ ମାଙ୍କୁ ଭୋଗଲାଗି କରିଥାନ୍ତି । ଏହାସହ ମାଙ୍କୁ ନେଇ ଲୋକଙ୍କ ମଧ୍ୟରେ ଅତୁଟ ବିଶ୍ବାସ ମଧ୍ୟ ରହିଛି । ମାଙ୍କ ଯାତ୍ରାକୁ ଆଉ ମାତ୍ର କିଛି ଦିନ ରହିଥିବା ଯୋଗୁଁ ଭକ୍ତଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ଦେଖିବାକୁ ମିଳିଛି । ଚୈତ୍ର ଯାତ୍ରାରେ ମା’ଙ୍କୁ ଦର୍ଶନ କରିବା ସହ ମାଙ୍କ ଆଶିଷ ନେବାକୁ ଅନାଇ ବସି ରହିଥିବା କହିଛନ୍ତି ଭକ୍ତ ।
ମାଁ ତାରାତାରିଣୀଙ୍କ ଚୈତ୍ର ଯାତ୍ରାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କୋରୋନା କଟକଣା ଯୋଗୁଁ ଗତ କିଛି ବର୍ଷ ହେଲା ଭକ୍ତଙ୍କ ଭିଡ ହେଉନଥିଲା । ଚଳିତ ବର୍ଷ ସମସ୍ତ କଟକଣା ହଟିଥିବା ବେଳେ କିଭଳି ଶାନ୍ତିଶୃଙ୍ଖଳାର ସହ ଯାତ୍ରା ଶେଷ ହେବ ତାହା ମଧ୍ୟ ଜିଲ୍ଲା ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ । ଆଜିର ଏହି କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲା ପାଳ ଦିବ୍ୟଜ୍ୟୋତି ପରିଡା, ଏସପି ଜଗ ମୋହନ ମିନା, ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ପୁରୁଷୋତ୍ତମପୁର ତହସିଲଦାର ସନ୍ତୋଷ କୁମାର ସାହୁ, ବିଡ଼ିଓ ବିଜୟ କୁମାର ବେହେରା ଏସ୍ଡ଼ିପିଓ ରଜନୀ କାନ୍ତ ସାମଲ, ଆଇ ଆଇସି ପ୍ରିୟସ ରଞ୍ଜନ ଛୋଟରାୟ,ଇଲେକ୍ଟ୍ରି ଏସଡ଼ିଓ ସ୍ୱରୂପ କୁମାର ପାତ୍ର, ଇଲେକ୍ଟ୍ରି ଯେଇ ପ୍ରିୟ ରଞ୍ଜନ ପୃଷ୍ଟି, ଜନସ୍ୱାସ୍ଥ୍ୟ ଯେଇ ସନ୍ତୋଷ କୁମାର ଦାଶ, ଙ୍କ ସହିତ ଆରଡ଼ି ଯେଇ ସୁରେଶ କୁମାର ମିଶ୍ର, ଅନ୍ୟ ବିଭାଗୀୟ ଅଫିସର ମାନେ, ମୁଖ୍ୟ ସେବାୟତ ବାପୁଜୀ ରଣା, ସେବାୟତ ସଭାପତି ତପନ କୁମାର ରଣା ଓ ଅନ୍ୟ ସେବାୟତ ମାନେ |। ପୁରୁଷୋତ୍ତମପୁର ରିପୋର୍ଟ: ପ୍ରସନ୍ନ କୁମାର ଦାସ