You are currently viewing ସାଂସ୍କୃତିକ ମହାସଭା ପାଇଁ ଶୁଭଖୁଣ୍ଟି ସ୍ଥାପନ
ସାଂସ୍କୃତିକ ମହାସଭା ପାଇଁ ଶୁଭଖୁଣ୍ଟି ସ୍ଥାପନ

ଗାଙ୍ଗପୁର:୨୩/ଅପ୍ରିଲ/୨୩ ରିଖ ରବିବାର ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନିଖିଳ ଉତ୍କଳ ଅଳିୟ ଖଣ୍ଡାୟତ ସମାଜର ଆଗାମୀ ସତବାର୍ଷିକ ମହାସଭା ପାଇଁ ଶୁଭଖୁଣ୍ଟି ସ୍ଥାପନା କରାଯାଇଛି l ଆଗାମୀ 12 ମଇ ରୁ 14 ପର୍ଯନ୍ତ ହେବାକୁଥିବା ଏହି ସତବାର୍ଷିକୀ ସାଂସ୍କୃତିକ ମହାସଭାକୁ ସ୍ମରଣୀୟ ଓ ଚିତାକର୍ଷକ କରାଇବା ପାଇଁ ବୈଦିକ ରୀତି ନୀତି ଅନୁଯାଇ ନେଟଙ୍ଗା ମଣ୍ଡଳ ସଭାପତି ଦିବ୍ୟଲୋଚନ ବିଶ୍ୱାଳ ଙ୍କ ପୌରାହୀତ୍ୟରେ ଶୁଭଖୁଣ୍ଟି ସ୍ଥାପନା କରାଯଇଥିଲା l ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ରୀୟ ପରିଷଦ ନେତୃତ୍ୱ କୁଳାଧିପତି ପ୍ରହଲ୍ଲାଦ ଲେଙ୍କା,ଉପସଭାପତି ଖଲି ପରିଡା, ସାଧାରଣ ସମ୍ପାଦକ ନିରଞ୍ଜନ ନାୟକ,କେନ୍ଦ୍ର କାର୍ଯ୍ୟାଳୟ ସମ୍ପାଦକ ପିନାକ ଶଙ୍କର ନାୟକ,ପୂର୍ବତନ ମଣ୍ଡଳସଭାପତି କର୍ପୁର ସ୍ୱାଇଁ, ସୂର୍ଯ୍ୟମଣି ବଳିତା,ସଂଗଠନ ସମ୍ପାଦକ ମୁନା ବାରିକ, ପୂର୍ବତନ ନିର୍ବାଚନ ଅଧିକାରୀ ପୂର୍ଣଚନ୍ଦ୍ର ମହାନ୍ତି ମୁଖ୍ୟ ସମୀକ୍ଷକ କାଳୁଚରଣ ମହାନ୍ତି ଓ ନେଟଙ୍ଗା ମଣ୍ଡଳ ନେତୃମଣ୍ଡଳୀ ସୁରେନ୍ଦ୍ର କୁମାର ଦାସ,କୃଷ୍ଣଚନ୍ଦ୍ର ସ୍ୱାଇଁ, ଗଙ୍ଗାଧର ନାୟକ ନେଟଙ୍ଗା ପଲ୍ଲୀ ପରିଷଦ ସଭାପତି ସତ୍ୟନାରାୟଣ ଲେଙ୍କା ଏବଂ ଜାତି ସଂଗଠନର ବିଭିନ୍ନ ଅଞ୍ଚଳରୁ ଜନପ୍ରତିନିଧି କ୍ଷତ୍ରିୟାବରପୁର ସମିତିସଭ୍ୟ କୁଞ୍ଜବିହାରୀ ନାୟକ,ବଡପଡା ସମିତିସଭ୍ୟ ପୀତବାସ ସାହୁ, ଜିଲ୍ଲାପରିଷଦ ସଭ୍ୟ ସୁଧୀର ଜେନା,ଗୋବରା ସମିତିସଭ୍ୟ ବିଭୁପାଦ ଜେନା, ପାଇଲିପଡ଼ା ସରପଞ୍ଚ ଜୟରାମ ନାୟକ ଏବଂ ଅଞ୍ଚଳର ଜ୍ଞାନୀ, ଗୁଣି, ବରିଷ୍ଠ ଓ ମାତୃଶକ୍ତି ଙ୍କ ଉପସ୍ଥିତିରେ ଘଣ୍ଟ କରତାଳ ସହିତ ବୈଦିକ ଚେତନା ଜାଗ୍ରତ କରିବା ସହ ଶୁଭ ମନାସିଥିଲେ l ସାମାଜିକ ସଂସ୍କାର କୁ ଜାଗ୍ରତ କରାଇବା ଏବଂ ଆଞ୍ଚଳିକ କଳାକୁ ପୁନଃ ଜାଗରଣ କରାଇବା ଲକ୍ଷରେ ଆଗାମୀ 14ମଇ ରେ ପରିବେଷଣ ହେବାକୁଥିବା ଈ. ପ୍ରଶାନ୍ତ ପୁହାଣଙ୍କ ରଚିତ “ମଣିଷ ଚିହ୍ନିବା ସହଜ ନୁଁହ” ଶୀର୍ଷକ ନାଟକକୁ ଶୁଭ ଦେଇ କିଛି ଦୃଶ୍ୟକୁ ସ୍ବସ୍ତି ସୁନ୍ଦର ସିଅଙ୍କ ତତ୍ୱାବଧାନରେ ଅଭ୍ୟାସ କରାଯାଇଥିଲା l ଐତିହ, ସଂସ୍କୃତି, ବରିଷ୍ଠ, ମାତୃଶକ୍ତି, ପ୍ରାଚୀନ ବୈଧ ପରମ୍ପରା,ସାହିତ୍ୟ, ସ୍ୱାସ୍ଥ୍ୟ ବିଜ୍ଞାନ ସ୍ଵମ୍ବନ୍ଧିତ ଉପସ୍ଥାପନା ଆଦି ସବୁ ଦିଗକୁ ଗୁରୁତ୍ୱଦେଇ ନେଟଙ୍ଗା ମଣ୍ଡଳର ଏହି ଭଳି ସତବାର୍ଷିକ ସାଂସ୍କୃତିକ ମହାସଭା ପ୍ରସ୍ତୁତିକୁ ସବୁ ଦିଗରୁ ପ୍ରଶଂସା କରାଯାଇଛି ଏବଂ ଏହି ବିରାଟ ମହାସଭାକୁ ସଫଳ କରିବା ପାଇଁ ସଭାପତି ବିଶ୍ୱାଳ ସମସ୍ତଙ୍କ ସହଯୋଗ, ସଦିଛା କାମନା କରିଛନ୍ତି l ଆଜିର ଏହି ପବିତ୍ର କାର୍ଯ୍ୟକ୍ରମକୁ ସହଯୋଗ କରିଥିବା ଯୁବଶକ୍ତି, ମାତୃଶକ୍ତି, ବୁଦ୍ଧିଜୀବୀ ଓ ବରିଷ୍ଠମାନଙ୍କୁ ସଂଗଠନ ତରଫରୁ ସାଧୁବାଦ ଜ୍ଞାପନ କରାଯଇଛି l
ରିପୋର୍ଟ-ଶିବରାମ ଚୌଧୁରୀ