ବ୍ରହ୍ମପୁର ୩/୧୦, ଆଜିଠାରୁ ମା’ଙ୍କ ନବରାତ୍ରୀ ପୂଜା ଆରମ୍ଭ ହେଉଥିବାରୁ ବ୍ରହ୍ମପୁର ରେଶମ ନଗରର ମା’ଙ୍କ ଭକ୍ତମାନେ ମନ୍ଦିର ରେ ନବରାତ୍ର ପାଇଁ ଅଖଣ୍ଡ ଦୀପ ଜାଳିବା ଓ ମଣ୍ଡପ ରେ କଳସ ସ୍ଥାପନ ସହିତ ଶୈଳପୁତ୍ରୀଙ୍କୁ ଆରାଧନା କରିଛନ୍ତି। ଆଜି ବ୍ରହ୍ମପୁର ସହରର ବିଭିନ୍ନ ମନ୍ଦିରରେ

ନବରାତ୍ରୀ ଉପଲକ୍ଷେ ମନ୍ଦିର ରେ ଘଟ ସ୍ଥାପନା ସହିତ ବ୍ରହ୍ମପୁର ସହରର ଆରାଧ୍ୟ ଦେବୀ ମା’ବୁଢୀ ଠାକୁରାଣୀ ମନ୍ଦିର, ଦଣ୍ଡକାଳୀ ମନ୍ଦିର, ମଙ୍ଗଳା ମନ୍ଦିର, ଦୁର୍ଗା ମନ୍ଦିର, ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ମନ୍ଦିର ,ଗୋଡ଼ କାଳୁଆ, ଘାଟି କାଳୁଆ , ବଙ୍କେଶ୍ୱରୀ ମନ୍ଦିର ,ବାଳକୁମାରୀ ମନ୍ଦିର ପରିସରରେ ଶୈଳପୁତ୍ରୀଙ୍କ ପୂଜା ଅର୍ଚ୍ଚନା ଆରମ୍ଭ ହୋଇଛି। ନବରାତ୍ରୀ ଅବସରରେ ଅଖଣ୍ଡ ଦୀପ ସ୍ଥାପନ ପାଇଁ ବିଭିନ୍ନ ମନ୍ଦିର ଓ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି , ଏହି ବର୍ଷ ବ୍ରହ୍ମପୁର ସହରରେ ୪0ରୁ ଉର୍ଦ୍ଧ ପୂଜା ମଣ୍ଡପ ରେ ମା ଦୁର୍ଗା ଙ୍କ କଳସ ସ୍ଥାପନ ସହିତ ପୂଜାର୍ଚ୍ଚନା କରଯାଇଛି l

