You are currently viewing ସମାଜ ପ୍ରତିନିଧି ଙ୍କ ଭାତ୍ରୁ ବିୟୋଗ
ସମାଜ ପ୍ରତିନିଧି ଙ୍କ ଭାତ୍ରୁ ବିୟୋଗ

ସାନଖେମୁଣ୍ଡି ୫/୩( ) ସାନଖେମୁଣ୍ଡି ବ୍ଲକ ମହାନଳା ଗ୍ରାମର ଜଣାଶୁଣା ସୁପରିଚିତ ସମାଜସେବୀ ତଥା ଅବସରପ୍ରାପ୍ତ ସମବାୟ ବିଭାଗ କର୍ମଚାରୀ ,ସାନଖେମୁଣ୍ଡି ବ୍ଲକ ସମାଜ ପ୍ରତିନିଧି ପଦ୍ମ ଲୋଚନ ପାଣିଗ୍ରାହୀ ଙ୍କ ବଡ଼ ଭାଇ ତାରିଣୀ ଚରଣ ପାଣିଗ୍ରାହୀ ୬୪ ଙ୍କ ଗତ ସୋମବାର ରାତିରେ ଚିକିତ୍ସାଧୀନ ଅବସ୍ଥା ରେ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ପୁଅ ସରୋଜ କାନ୍ତ ପାଣିଗ୍ରାହୀ ,ପୁତ୍ର ବଧୂ,ସ୍ତ୍ରୀ , ତିନି ଭାଇ , ଭାଇ ବୋହୂ,ମାନେ ଉପସ୍ଥିତ ଥିଲେ।ଦୀର୍ଘ ଦିନ ଧରି ମସ୍ତିଷ୍କ ଓ କିଡ଼ନୀ ରୋଗ ରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ମଣିପାଲ ହସ୍ପିଟାଲ ରେ ଚିକିତ୍ସିଚ ହେଉଥିଲେ । ସ୍ବର୍ଗତ ତାରିଣୀଚରଣ ପାଣିଗ୍ରାହୀ ଆସିକା କେନ୍ଦ୍ର ସେବା ସମବାୟ ସମିତି ପାଟପୁର ଶାଖା ଅଧୀନ ରେ ବିଭିନ୍ନ ପ୍ରାଥମିକ ସେବା ସମବାୟ ସମିତି ରେ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ ପରେ ସେ ପ୍ରମୋସନ ପାଇ ମୁଖ୍ୟ କାର୍ଯ୍ୟଳୟ ରେ କେସିୟର ଭାବେ କାର୍ଯ୍ୟ ସମ୍ପାଦନ କରି ଅବସର ଗ୍ରହଣ କରିଥିଲେ। ଏଥିସହ ବ୍ଲକ ସମ୍ମୁଖ ମହାନଳା ଗ୍ରାମ ରାଧାକୃଷ୍ଣ ମନ୍ଦିରର ପ୍ରତିଷ୍ଠାତା ସଭାପତି ଏବଂ ପାଟପୁର ଜଗନ୍ନାଥ ମନ୍ଦିର ନିର୍ମାଣ କମିଟି ସଭ୍ୟ ଭାବେ ଅଗ୍ରଣୀ ଭୂମିକା ନେଇ ଅଞ୍ଚଳବାସୀ ଙ୍କ ପ୍ରିୟ ଭାଜନ ହୋଇଥିଲେ ।ସମବାୟ ବିଭାଗ ମାଧ୍ୟମରେ କୃଷି କୃଷକଙ୍କ ବିକାଶ ସହ ଅଂଚଳରେ ବିଭିନ୍ନ ମନ୍ଦିର ପରିଚାଳନା କମିଟିରେ କାର୍ଯ୍ୟ କରି ଜଣେ ସମାଜସେବୀ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସ୍ବର୍ଗତ ପାଣିଗ୍ରାହୀ ଙ୍କ ବିୟୋଗ ରେ ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତି ,ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇଛନ୍ତି ।