You are currently viewing ମହାଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ପ୍ରସ୍ତୁତି ବୈଠକ
ମହାଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ପ୍ରସ୍ତୁତି ବୈଠକ

ବେଲଗୁଣ୍ଠା, 09/01,ଆସନ୍ତା ଜାନୁୟାରୀ ଅଣ ତିରିଶି ତାରିଖରୁ ପେବୃୟାରୀ ତିନି ତାରିଖ ପର୍ଯ୍ୟନ୍ତ ଷଡ଼ଦିନ ବ୍ୟାପୀ ବେଲଗୁଣ୍ଠା ପେଣ୍ଠ ସାହିରେ ମହାଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏଥି ନିମିତ୍ତ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ପରିଚାଳନା କମିଟି ମୁଖ୍ୟ ସିଏଚ୍ ଚିଦାନନ୍ଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ପଣ୍ଡିତ ରାମକୃଷ୍ଣ ପତି, ସଭ୍ୟ ଚନ୍ଦନ ବିନ୍ଧାଣିରା,ତ୍ରୀପତୀ ପାତ୍ର, ସୁରେଶ ଚୌଧୂରୀ, ଅଶୋକ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ରହି ପ୍ରତିଷ୍ଠା ଉତ୍ସବର ରୂପରେଖ ପ୍ରସ୍ତୁତ କରିଥିଲେ I ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଆସନ୍ତା 16 ତାରିଖରେ ଶୁଭଖୁଣ୍ଟି କରାଯିବାକୁ ପ୍ରସ୍ତୁତି ବୈଠକରେ ନିଷ୍ପତି ହୋଇଥିଲା I

ରିପୋର୍ଟ-ଶିବରାମ ଚୌଧୁରୀ