କୋଦଳା
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ. ଛଚିନା ସ୍ଥିତ ଗିରିପୂଜା ପାହାଡ଼ରେ ବିଜେ ଶ୍ରୀ ଶ୍ରୀ ସାଇବାବା ମନ୍ଦିର ପ୍ରତିଷ୍ଠାର ପଞ୍ଚମ ବାର୍ଷିକ ଉତ୍ସବ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ପ୍ରଭାତରୁ ପୂଜା ଅର୍ଚନା ପରେ ବିଜ୍ଞ ପଣ୍ଡିତଙ୍କ ଦ୍ୱାରା ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ସୁସଜ୍ଜିତ ପାଲିଙ୍କି ରେ ସାଇବାବା ଭକ୍ତଙ୍କ ଗହଣରେ ଗ୍ରାମ ପରିକ୍ରମା କରିଥିଲେ । ଗ୍ରାମବାସୀ ପୂର୍ଣ୍ଣ କୁମ୍ଭ ଦୀପ ଜାଳି ସ୍ୱାଗତ କରି କୃପା ଲାଭ କରିଥିଲେ । ମନ୍ଦିର ପରିସରରେ ସାଇ କ୍ରିଷ୍ଣା ଭଜନ ସମାରୋହ ଆନୁକୂଲ୍ୟରେ ଏକ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ପରିଶେଷରେ ସମସ୍ତ ଭକ୍ତଙ୍କ ପାଇଁ ଭୋଜନ ର ବ୍ୟବସ୍ଥା କରାଯାଇଥିଲା । ଭଜନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ସମସ୍ତ କଳାକାର ଙ୍କୁ ଉପଢୌକନ ଓ ମାନ ପତ୍ର ଦେଇ ନିମନ୍ତ୍ରଣ ଅତିଥି ଙ୍କ ଦ୍ୱାରା ସାମ୍ନାନୀତ କରାଯାଇଥିଲା । କାର୍ଯ୍ୟକ୍ରମରେ ସାଇବାବା ଟ୍ରଷ୍ଟ ସମିତି ଓ ଗ୍ରାମବାସୀ ସହଯୋଗ କରିଥିଲେ ।

