ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗନ୍ଧିଛକ ନିକଟ ମହାଲକ୍ଷ୍ମୀ ନଗରସ୍ଥିତ ଶ୍ରୀ ମହାଲକ୍ଷ୍ମୀ ମନ୍ଦିର ପରିସରରେ ଗତ ୧୧ ତାରିଖରୁ ଅନୁଷ୍ଠିତ ହୋଇଥିବା ସପ୍ତାହ ବ୍ୟାପୀ ଶ୍ରୀମଦ ଭଗବତ କଥା ମହାଯଜ୍ଞ ରବିବାର ଦିନ ଉଦଯାପିତ ହୋଇଯାଇଛି । ମନ୍ଦିର ପରିଚାଳନା କମିଟି ଆନୁକୂଲ୍ୟରେ ପ୍ରତି ବର୍ଷ ମାର୍ଗଶିର ମାସର ପ୍ରତି ଗୁରୁବାରକୁ ମାଣବସା ଆଧାରରେ ଲକ୍ଷ୍ମୀ ପୂଜନ ସହା ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ କରି ଅଞ୍ଚଳ ଭିତ୍ତିରେ ସୁନାମ ରଖିଥିବା ଏହି ଅନୁଷ୍ଠାନ ଚଳିତ ଥର ମଧ୍ୟ ଭାଗବତ କଥା ମହାଯଜ୍ଞର ଆୟୋଜନ କରିଛି ।

ପ୍ରତ୍ୟହ ସନ୍ଧ୍ୟାରେ ପ୍ରବଚଳ କଥା ବ୍ୟାସ ଶ୍ରୀଶ୍ରୀ ଭକ୍ତି ରକ୍ଷକ ସିଦ୍ଧାନ୍ତୀ ମହାରାଜଙ୍କ ଅମୃତ ବାଣୀରେ ସୁମଧୁର ଭାଗବତ ପାରାୟଣ ଚର୍ଚ୍ଚା ଉପସ୍ଥିତ ଭକ୍ତି ପିପାସୁଙ୍କୁ ପୁଲକିତ କରିଥିବା ସହ ଏକ ଆଧ୍ୟାତ୍ମିକ ପରିବେଶର ମାହଲ ସୃଷ୍ଟି କରିଛି । ପ୍ରତ୍ୟହ ଏହି ସମୟର ଭାଗବତ କଥା ଶ୍ରାବଣ ଜନିତ ଜ୍ଞାନ ଯଜ୍ଞ ସହ ଅତିଥି ଚର୍ଚ୍ଚା ଏବଂ ଭକ୍ରି ପିପାସୁଙ୍କ ସମାରୋହରେ ଅନ୍ନ ଯଜ୍ଞ ପରିବେଶକୁ ଲକ୍ଷ୍ମିମୟ କରିଛି ।

ମନ୍ଦିର ପରିଚାଳନା କମିଟି ସଭାପତି ଅଶୋକ କୁମାର ବେହେରା ସମ୍ପାଦକ ଚନ୍ଦ୍ରଶେଖର ସାମନ୍ତରାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଉପଦେଷ୍ଟା ଆର ରଘୁନାଥ ଦୋରା , ଦିବ୍ୟଜିବନ୍ ସଂଘ ପାଟପୁର ଶାଖା ସମ୍ପାଦକ ଗୋପାଳ ଚନ୍ଦ୍ର ସାବତ , ଦିବ୍ୟଜିବାନ ସଂଘ ଦକ୍ଷିଣ ଓଡ଼ିଶା ସମନ୍ୱୟ ସମିତି ଉପସଭାପତି କୁଞ୍ଜବିହାରୀ ପାଢ଼ୀ , ଚିତ୍ତରଞ୍ଜନ ସାହୁ , ଚନ୍ଦ୍ରକେତୁ ସ୍ବାଇଁ ପ୍ରମୁଖ ପବିତ୍ର ମାର୍ଗଶିର ମାସ ଶ୍ରୀ ଲକ୍ଷ୍ମୀ ପୂଜା ଜନିତ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଶ୍ରାମ ଦିବସରେ ପ୍ରମୁଖ ବ୍ୟକ୍ତିତ୍ୱ ହିସାବରେ ଶୁଭକାମନା ଚାରିଟେବଲ୍ ଟ୍ରଷ୍ଟ ଅଧ୍ୟକ୍ଷା ତଥା ବିଶିଷ୍ଟ ସମାଜସେବୀ ମନୋଜ କୁମାର ରଥ ନିଜ ସମର୍ଥକଙ୍କ ଗହଣରେ ଯୋଗଦେଇ ସିଦ୍ଧାନ୍ତୀ ମହାରାଜଙ୍କ ସନ୍ଵିଧ ଲାଭ କରିବା ସହ ଭାଗବତର ଅମୃତ ବାଣୀ ଶ୍ରବଣ କରି ଅନ୍ୟଙ୍କୁ ଉତ୍ସାହିତ କରିଥିଲେ ।

ଏହାସହ ପ୍ରତିଷ୍ଠିତ ଶ୍ରୀ ମହାଲକ୍ଷ୍ମୀ ମନ୍ଦିରକୁ ପୋଷ୍ୟ ଭାବରେ ଗ୍ରହଣ କରିଥିବା ନେଇ ଘୋଷଣା କରିଥିଲେ ।
