You are currently viewing ପୁରୁଷୋତ୍ତମପୁର ସହର ରେ ହେଚ ଡି ଏଫ ସି ବେଙ୍କର ଶୁଭ ଉଦଘାଟନ,
ପୁରୁଷୋତ୍ତମପୁର ସହର ରେ ହେଚ ଡି ଏଫ ସି ବେଙ୍କର ଶୁଭ ଉଦଘାଟନ,

ପୁରୁଷୋତ୍ତମପୁର ଏନଏସି ସହରର ତହସିଲ ଅଫିସ ସାମ୍ନା ରେ ଆରମ୍ଭ ହୋଇଥିବା ନେସନାଲଇଜଏଚ ଡି ଏଫ ସି ବେଙ୍କ ର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ବ୍ଲକ ଅଧକ୍ଷା ଶ୍ରୀମତୀ ପିଙ୍କି ବେହେରା ଙ୍କ କର କମଳ ରେ ହୋଇଥିଲା ବେଳେ, ଅନ୍ୟ ଉପସ୍ଥିତ ଅତିଥିମାନେହେଲେଏନଏସିରପୂର୍ବତନନଗରପାଳବାସୁଦେବମହାପାତ୍ର,36ନଂଜିଲପରିଷଦ ସଦସ୍ୟ ଭଜମନ ବେହେରା, ଆଛୁଳି ସରପଞ୍ଚ ସୁଧାକର ଗୌଡ଼, ଭୁତ ସରସିଙ୍ଗି ଯୁବନେତା ସଂଜୀବ କୁମାର ଜେନା,ତାପସ ବେହେରା, ଜଗତବନ୍ଧୁପଣ୍ଡା, ଗୀତାଞ୍ଜଳୀ ମହାନ୍ତି, ସ୍ୱପ୍ନାମହାନ୍ତି, ପ୍ରମୁଖ ବଦାନ୍ୟ ବ୍ୟକ୍ତି ବିଶେଷ ମାନେ |

ତେବେ ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ବ୍ରାଞ୍ଚ ର ମେନେଜର ପ୍ରଭାତ ସାହୁ, କ୍ଲଷ୍ଟର ହେଡ଼ ସନତ ପାଢ଼ୀ, ଓ ସର୍କଲହେଡ଼ସୁଶାନ୍ତପାଣିଗ୍ରାହୀ, ତେବେ ସନତ ପାଢ଼ୀଙ୍କ କହିବା କଥା ଅନ୍ୟ ବେଙ୍କ ଠାରୁ ଏହି ହେଚ ଡି ଏଫ ସି ବେଙ୍କର କାର୍ଯ୍ୟ ଶୈଳୀ,ଉର୍ନ୍ନତ ମାନର ଜ୍ଞାନ କୌଶଳ ନିଶ୍ଚିତ ଭାବେ ଗ୍ରାହକ ମାନଙ୍କୁଆକୃଷ୍ଟ କରିବାରେ ସହାୟକ ହେବ |।

ବେଙ୍କ ନିକଟକୁ ଗ୍ରାହକ ମାନେ ନ ଆସି ମଧ୍ୟ ସେମାନଙ୍କ ମୋବାଇଲ ମାଧ୍ୟମରେ ବେଙ୍କର ସବୁସୁବିଧା ସହଯୋଗ ପାଇ ପାରିବେ | ଏହାସହ ଏହାର ଏଟିଏମ ରେ କାର୍ଡ କୁ ସଂଯୋଗୀ କରଣ ନ କରିମଧ୍ୟ ଟଙ୍କା ଉଠାଣ କରି ପାରିବେ | ତେଣୁ ଏହି ନୂତନ ଟେକନୋଲୋଜି ବେଙ୍କ ସିଷ୍ଟମ ରେ ଗ୍ରାହକ ମାନେ ଭରପୁର ଫାଇଦା ପାଇ ପାରିବେ | ତେଣୁ ଭାରତ ସହ ଓଡ଼ିଶାର ବିଭିର୍ଣ୍ଣ ବ୍ଲକ ରେ ଉପଲବ୍ଧ ଏହି ନେସନାଲ ବେଙ୍କର ସୁବିଧା ଗ୍ରାହକ ମାନେ ନିଅନ୍ତୁ |

ଏଠାରେ ଉପଲବ୍ଧ ଥିବା ଭାରତୀୟ ଷ୍ଟେଟ ବେଙ୍କ, ଆନ୍ଦ୍ରବେଙ୍କ, ୟୁନିଅନ ବେଙ୍କ,ଏକ୍ସିସ ବେଙ୍କ, ଓଭରସିଜ ବେଙ୍କ ଥିବା ବେଳେ ଏହି ବ୍ୟଙ୍କ ସମସ୍ତଙ୍କ ଠାରୁ ଉତ୍ତମ ସେବା ଯୋଗାଇ ବାରେ ପୂର୍ଣ୍ଣ ସହାୟକ ହେବ ବୋଲି କହିଛନ୍ତି | ତେବେ ପୂର୍ବତନ ନଗର ପାଳ ବାସୁଦେବ ମହାପାତ୍ର ଏହି ବିଭିର୍ଣ୍ଣ ଆଧ୍ୟାତ୍ମକ ଶୈବ ପୀଠ ମା ତାରା ତାରିଣୀ ଙ୍କ ଶକ୍ତି ପୀଠ ଓ କଳ କଳ ନାଦରେ ପ୍ରବାହିତ ଗଙ୍ଗା ଠାରୁ ହଜାରେ ବର୍ଷରେ ବଡ଼ ଏହି ନଦୀ କୂଳ ଓ ପୁରୀର ଗଜପତି ପୁରୁଷୋତ୍ତମଦେବ ଙ୍କ ନାମନୁସାରେ ନାମିତ ଏହି ସହର ରେ ନୂତନ ଭାବେ ମୁଣ୍ଡ ଟେକିଥିବା ଏହି ବ୍ୟାଙ୍କ ଙ୍କୁ ସ୍ୱାଗତ ଓ ଅଭିନନ୍ଦନ ବୋଲି ମତ ଦେବା ସହ, ଲୋକମାନଙ୍କୁ ଏହା ନିଶ୍ଚିତ ଆକୃଷ୍ଟ କରିବବୋଲି କହିଥିଲେ | ତେବେ ଏହି କାର୍ଯ୍ୟ ରେ ବେଙ୍କର ଅନ୍ୟାନ୍ୟ ଷ୍ଟାଫରବୀନ୍ଦ୍ରସାହୁ,ସିଦ୍ଧାନ୍ତପାତ୍ର,ପ୍ରସନ୍ନ,ନିତାଧି ସହଯୋଗ କରିଥିଲେ | ରିପୋର୍ଟ ପ୍ରସନ୍ନ କୁମାର ଦାସ