You are currently viewing ମୋ ମାଟି ମୋ ଦେଶ ପାଇଁ କବିସୂର୍ଯ୍ୟନଗରରେ ବିଜେପିର ବିଶାଳ ଶୋଭାଯାତ୍ରା
ମୋ ମାଟି ମୋ ଦେଶ ପାଇଁ କବିସୂର୍ଯ୍ୟନଗରରେ ବିଜେପିର ବିଶାଳ ଶୋଭାଯାତ୍ରା

କବିସୂର୍ଯ୍ୟନଗର
ଦେଶ ପାଇଁ ବଳିଦାନ ଦେଇଥିବା ଅମର ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ କବିସୂର୍ଯ୍ୟନଗର ସହରରେ ମଂଗଳବାର ବିଜେପି ପକ୍ଷରୁ ‘ମୋ ମାଟି, ମୋ ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ବିଜେପି ନେତା ପ୍ରତାପ ନାୟକଙ୍କ ନେତୃତ୍ୱରେ
ଏକ ବିରାଟ ଶୋଭାଯାତ୍ରା ଧନେଇ ନଦୀ ଠାରୁ ବାହାରି କବିସୂର୍ଯ୍ୟନଗର ସହର ପରିକ୍ରମା କରିବା ସହିତ ଗୌଡ଼ ଢିପ ପର୍ଯ୍ୟନ୍ତ ଯାଇଥିଲା।
ନିଜ ସଂଗ୍ରାମୀମାନଙ୍କୁ ସମ୍ମାନ ଦେବା, ବିକଶିତ ଭାରତରେ ଯୋଗଦାନ ରଖିବା ଏବଂ ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଆୟୋଜନ କରାଯାଉଛି ମୋ ମାଟି ମୋ ଦେଶ ବୋଲି କହିଛନ୍ତି ବିଜେପି ନେତା। ଶୋଭାଯାତ୍ରାରେ ଶତାଧିକ ମହିଳା କର୍ମକର୍ତ୍ତା ଯୋଗ ଦେଇ କଳସରେ ମାଟି ସଂଗ୍ରହ କରିଥିଲେ ।ସଂଗୃହୀତ ମାଟି ଦିଲ୍ଲୀରେ ସ୍ଥାପନା ହେବାକୁ ଥିବା ଅମୃତବାଟିକାର ଏକ ଅଂଶ ହେବ ବୋଲି କହିଛନ୍ତି ବିଜେପି ନେତା ପ୍ରତାପ ନାୟକ ।ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ନେତା ତଥା ରାଜ୍ଯ ବିଜେପି କାର୍ଯ୍ଯକାରିଣୀ ସଦସ୍ଯ ଅରୁଣ କୁମାର ପଣ୍ଡା, ବିନାୟକ ତ୍ରିପାଠୀ, ନୀଳମାଧବ ପାତ୍ର, ଶ୍ରୀକାନ୍ତ ପଣ୍ଡା, ଶ୍ବେତ ଦୋରା, ଶ୍ରୀକାନ୍ତ ମହାପାତ୍ର, ସନ୍ତୋଷ ତିଆଡ଼ି, ଅଯୋଧ୍ୟା ମହାପାତ୍ର, ରତନ ବିଷୋୟୀ, ଚନ୍ଦନ ନାୟକ, ସୁଶାନ୍ତ ବେହେରା, ନାରାୟଣ ଡାକୁଆ, କୃଷ୍ଣ ବିଷୋୟୀ , ନବ ବିଶ୍ୱାଳ, ରାଜୀବ ବେହେରା
ଶିବରାମ ପଣ୍ଡା, ଗୌର ଶଙ୍କର ତ୍ରିପାଠୀ, ଅଜୟ ପାତ୍ର, ମୁରଲୀ ପାଣିଗ୍ରାହୀଙ୍କ ସମେତ ପ୍ରାୟ ୨ ହଜାର କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋଟ ଆଇ ଜେ ବି ନିୟୁଜ।