ବ୍ରହ୍ମପୁର, ୧୭.୪.୨୩ )ବିଜୁବାବୁଙ୍କ ୨୬ତମ ତିରୋଧାନ ଦିବସ ପାଳିତ ଦିଗପହଣ୍ଡି ବିଯୁଜନତା ଦଳ ତରଫରୁ ପ୍ରବାଦ ପୁରୁଷ ବିଜୁ ପଟନାୟକ ୨୬ ତମ ତିରୋଧାନ ଦିବସ ପାଳନ କରାଯାଇଛି l ଆଜି ଦିଗପହଣ୍ଡି ବ୍ଲକ ନଗର କମିଟି ତରଫରୁ ବିଜୁବାବୁ ଙ୍କ ପୂନ୍ୟ ତିଥିର ସ୍ମୁତି ସଭା ଆୟୋଜନ କରାଯାଇଥିଲା l ପ୍ରଥମେ ସକାଳୁ ସକାଳୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ରଙ୍କ ନିର୍ଦ୍ଦେଶକ କ୍ରମେ ବ୍ଲକ ବିଜେଡି ସଭାପତି ଓ ନଗର ବିଜେଡି ସଭାପତି ତାରାପ୍ରସାଦ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ପ୍ରେମୀ ମାନେ ବିଯୁଜନତା ଦଳ ତରଫରୁ ଦିଗପହଣ୍ଡି ପୁଞ୍ଜିକୟା ଛକ ନିକଟରେ ରହିଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପଂହଁଚି ବିଜୁ ଯୁବବାହିନୀ ତରଫରୁ ସଫେଇ କାର୍ଯ୍ୟକ୍ରମ କରିବାସହ ରୋଗୀମାନଙ୍କୁ କିଛି ଫଳ ବଣ୍ଟନ କରାଯାଇଥିଲା l

ଏହାପରେ ଦଳୀୟ କର୍ମୀମାନଙ୍କ ଉପସ୍ଥିତିରେ ଘୋଡ଼ାହାଡ଼ ପାଣି ପଂଚାୟତ ଶୀର୍ଷ କମିଟି କାର୍ଯ୍ୟାଳୟ ପରିସର ଠାରେ ସ୍ମୁତି ସଭା କରାଯାଇଥିଲା l ଏହି ସଭାରେ ଆଲୋଚନା କରା ଯାଇଥିଲା ଯେ ୧୯୯୭ ମସିହା ଏପ୍ରିଲ ୧୭ତାରିଖ ଅଗଣିତ ଓଡ଼ିଆଙ୍କୁ ଶୋକସାଗର ରେ ଭାଷାଇଦେଇ ଆରପାରିକୁ ଚାଲିଗଲେ ସମସ୍ତଙ୍କ ପ୍ରିୟ ବିଜୁବାବୁ ଓଡ଼ିଶାର ଗର୍ବ ଗୌରବ ଓ ଗାରିମାର ସ୍ଵାକ୍ଷର ଥିଲେ ପ୍ରବାଦପୁରୁଷ କଳିଙ୍ଗର ବରପୁତ୍ର ଥିଲେ ବିଜୁ ପଟ୍ଟନାୟକ ଜୀବନର ପ୍ରତିଟି କ୍ଷେତ୍ରରେ ଦୁଃଶାସିକ ପଦକ୍ଷେପ ପାଇଁ ସେ ଯେତିକି ପରିଚିତ ଥିଲେ l

ତାଙ୍କର ରାଜନୀତିକ ଜୀବନ ଥିଲା ସେତିକି ରୋମାଞ୍ଚକର ଜଣେ ନିର୍ଭିକ ପାଇଲଟ ଭାବରେ ବିଜୁବାବୁ ଥିଲେ ବେଶ ଜଣାଶୁଣା ୧୯୪୭ ମସିହା ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମ ବେଳେ ସେଠାକାର ପ୍ରଧାନମନ୍ତ୍ରୀ ସୁଲତାନ ସହାର୍ରରୀ ଙ୍କୁ ଡଶ୍ଚ ମାନଙ୍କ କବଳରୁ ବିମାନ ମାଧ୍ୟମରେ ଉଦ୍ଧାର କରିଆଣିଥିଲେ ବିଜୁବାବୁ l ଏଥିପାଇଁ ତାଙ୍କୁ ମେଳିଥିଲା ଇଣ୍ଡୋନେସିଆର ଭୂମିପୁତ୍ର ଉପାଧି ପାଇଲଟ ଶିକ୍ଷା ଠାରୁ ସ୍ୱାଧୀନତା ସଂଗ୍ରାମ ପୁଣି କେନ୍ଦ୍ରମନ୍ତ୍ରୀ ଆଉ ଓଡିଶାର ମୁଖ୍ୟମନ୍ତ୍ରୀ ସବୁ କ୍ଷେତ୍ରରେ ବିଜୁବାବୁ ଥିଲେ ପ୍ରଗତିର ବ୍ରାତାବହ କେବଳ ଓଡିଶା ନୁହେଁ ଜାତୀୟ ରାଜନୀତିରେ ବିଜୁବାବୁଙ୍କ ଥିଲା ସୋତନ୍ତ୍ର ସ୍ଥାନ l ସେଥିପାଇଁତ ସମସ୍ତ ଓଡ଼ିଶାବାସୀ ବିଜୁବାବୁଙ୍କ ସେହି ଗାରିମା ସାହାସିକତାକୁ ଭୁଲି ପାରୁନାହାନ୍ତି l ବିଜୁବାବୁ ଓଡିଶାର ପ୍ରତେକ ବିକାଶର ପଥରେ ରହିଛି ବିଜୁବାବୁଙ୍କ ହାତ ଏଥିଲାଗି ଆଜି ପ୍ରତେକ ବିଯୁଜନତା ଦଳ ତରଫରୁ ବିଜୁବାବୁଙ୍କ ପ୍ରତିମୃତ୍ତିରେ ପୁଷ୍ପମାଲ୍ୟା ଅର୍ପଣ ଦିଆଯାଇଥିଲା l

ସେହିପରି ଦିଗପହଣ୍ଡିରେ ମଧ୍ୟ୍ୟ ସହ ସହ ବିଜୁପ୍ରେମୀ ବିଜୁବାବୁଙ୍କ ତିରୋଧାନ ରେ ଯୋଗଦେଇଥିଲେ l ଏଥିରେ ମୁଖ୍ୟ ଆୟୋଜିତ ସଭାକାର୍ଯ୍ୟରେ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ , ଜିଲ୍ଲା ଉପସଭାପତି କ୍ରୀଷ୍ଣାରାଓ ସୁବୁଦ୍ଧି , ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଜେଡି ଯୁବ ସଭାପତି ନିରଞ୍ଜନ ରେଡ୍ଡୀ , ଏନ୍.ଏ.ସି. ପୂର୍ବତନ ନଗରପାଳ ହୃଦରଞ୍ଜନ ମେକାପ , ବିଧାୟକ ପ୍ରତିନିଧି ଭି . ରବିନାରାୟଣ ରାଜୁ , ସାଂସଦ ପ୍ରତିନିଧି ନିରୁପମା ପଟ୍ଟନାୟକ , ମହିଳା ବିଜେଡ଼ି ବ୍ଲକ୍ ସଭାନେତ୍ରୀ ଉମା ମାହେଶ୍ୱରୀ ସେଠୀ , ବ୍ଲକ ଯୁବ ସଭାପତି ରଞ୍ଜନ କୁମାର ସାହୁ , ସରପଞ୍ଚ ସଂଘ ସଭାପତି ମନୋରଞ୍ଜନ ଗୌଡ , ସମ୍ପାଦକ ସନ୍ତୋଷ ଦୋରା , ଜିଲ୍ଲା ଯୁବ ଉପସଭାପତି ଚିତ୍ରସେନ ଗୌଡ , ସରପଞ୍ଚ ପ୍ରତିନିଧି ରବିଚନ୍ଦ୍ର ଗୌଡ, ଶିଶିର ପ୍ରଧାନ ସମେତ ବହୁ ସରପଞ୍ଚ , ସମିତି ସଭ୍ୟ ଉପସ୍ଥିତ ରହି ବିଜୁ ବାବୁ ଦେଶର ବିକାଶ ପାଇଁ ଯେଉଁ କାର୍ଯ୍ୟ କରି ଯାଇଛନ୍ତି ତାହାକୁ ମନେ ପକାଇବା ସହ ବର୍ତ୍ତମାନ ତାଙ୍କ ପୁତ୍ର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରାକୁ ଅଧିକ ପ୍ରଶଂସା କରିବା ସହ ରାଜ୍ଯରେ ଜନସାଧାରଣଙ୍କ ହିତ ନିମନ୍ତେ ଯେଉଁ ଉନ୍ନୟନ ମୂଳକ କାର୍ଯ୍ୟପନ୍ଥା ଅବଲମ୍ବନ କରି ଆସୁଛନ୍ତି ତାହାକୁ ସଭାରେ ଆଲୋଚନା କରାଯାଇଥିଲା

