ଖଲ୍ଲିକୋଟ 11/1
ଗୁରୁବାର ଦିନ ପୂର୍ବ|ହ୍ନ ରେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଡିମିରିଆ ଗ୍ରାମକୁ ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ଏକ ଗସ୍ତରେ ଆସି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ପିଲାମାନଙ୍କୁ ସରକାରଙ୍କ ନୂତନ ଶିକ୍ଷାନୀତି ଏବଂ ପିଲାମାନଙ୍କ ପାଠ ପଢିବା ର ଲଖ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ପଚାରି କଠିନ ପରିଶ୍ରମ ଓ ଦକ୍ଷତା ବୃଦ୍ଧି ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ |.

ଏକ ବୈଠକରେ ଯୋଗ ଦେଇ ରାଜ୍ୟପାଳ ବିକଶିତ ଭ|ରତ ସଂକଳ୍ପ ଯାତ୍ରା ମାଧ୍ୟମ ରେ ବିଭିନ୍ନ ସରକାରୀ ଯୋଜନାକୁ ସାଧାରଣ ଲୋକଙ୍କ ଅବଗତି କରିବା ସହ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିବା ସମେତ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ଉପକୃତ ହୋଇଥିବା ହିତାଧିକାରୀଙ୍କ ଘରକୁ ଯାଇ ସରକାରୀ ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିବା ସହିତ ଡିମିରିଆ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ ଗୃହରେ ପହଂଚି ଛାତ୍ର ଛାତ୍ରୀ ମାନଙ୍କୁ ତାଙ୍କର ଉଜ୍ଜଳ ଭବିଷ୍ୟତ କୁ ନେଇ କିଛି ସମୟ ଆଲୋଚନା କରିବା ସହିତ ଓ ଛାତ୍ର ଛାତ୍ରୀ ମାନଙ୍କୁ “ବେଟି ବାଚାଓ ବେଟି ପଢ଼ାଓ” ସରକାରୀ ସୁବିଧା ବିଷୟ ରେ ବୁଝାଇଥିଲେ ।

ସମାଜ ରେ ପଛୁଆ ବର୍ଗର ଛାତ୍ର ଛାତ୍ରୀ ମାନେ ମଧ୍ୟ ଭଲ ପାଠ ପଢ଼ି ଆଜି ଦେଶ ର ପ୍ରଧାନମନ୍ତ୍ରୀ ହେ|ଇ ପାରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କୁ ଭେଟି ଭ|ରତ ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭଳି ହେବା ପାଇଁ ପରାମର୍ଶ ଦେଇଥିଲେ | ଗ୍ରାମର ମହିଳା ମାନଙ୍କୁ ଭେଟି ମହିଳା ମାନେ ସଶକ୍ତ ହେବା ହେଲେ ଭ|ରତ ଏକ ବିକଶିତ ରାଷ୍ଟ୍ର ପରିଣତ ହେବ ବୋଲି କହିଥିଲେ |

କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ADM ଲିନା କୁମାରୀ ଖେଶ୍, ଖଲ୍ଲିକୋଟ BDO ଦେବାଶିଷ ସାମଲ, ଗଞ୍ଜାମ SP ଜଗମୋହନ ମୀନା, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେବା ସହିତ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଥିଲା। ରାଜ୍ୟପାଳ ପ୍ରଥମ ଥର ପାଇଁ ଗ୍ରାମାଞ୍ଚଳ ଯାଇ ଲୋକଙ୍କ ମୌଳିକ ସମସ୍ୟା ବୁଝିବା ନେଇ ଗ୍ରାମାଞ୍ଚଳ ରେ ମହିଳା ପୁରୁଷ ଓ ବିଦ୍ୟାର୍ଥୀ ମହଲରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା |
(ରିପୋର୍ଟ :ମାଧବ ବେହେରା ଖଲ୍ଲିକୋଟ, ଗଞ୍ଜାମ )
