You are currently viewing ପ୍ରଚାର ମୈଦାନ ବିଜେପି ନେତା ପ୍ରତାପ ନାୟକ
ପ୍ରଚାର ମୈଦାନ ବିଜେପି ନେତା ପ୍ରତାପ ନାୟକ

କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଜେପିରୁ ବିଧାୟକ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି ପ୍ରତାପ ନାୟକ ।ବିଜେପି ଟିକେଟ୍ ରୁ ବିଧାୟକ ପ୍ରାର୍ଥୀ ଭାବେ ରଣାଙ୍ଗନରେ ଅବତୀର୍ଣ୍ଣ ହେବା ପରେ ଏବେ ଗାଁ ଗାଁ ରେ ପହଞ୍ଚି ଭୋଟରମାନଙ୍କୁ ମିଶୁଛନ୍ତି ପ୍ରତାପ। ଭୋଟର ମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ଯା ବୁଝିବା ସହିତ ମୋଦୀଙ୍କ ସୁଶାସନର ବାର୍ତ୍ତା ବାଣ୍ଟୁଛନ୍ତି। କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ଗତ ୫ ବର୍ଷ ଧରି ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଜନମତ ସୃଷ୍ଟି କରି ନିର୍ବାଚନରେ ବିପୁଳ ସମର୍ଥନ ଆଶା ରଖିଛି ବିଜେପି। ଶାଶକ ଦଳର ତୀବ୍ର ଗୋଷ୍ଠୀ କନ୍ଦଳରୁ ଫାଇଦା ହାସଲ କରିବା ପାଇଁ ଏବେ ଜୋରସୋରରେ ପ୍ରଚାର ଆରମ୍ଭ କରିଛନ୍ତି ପ୍ରତାପ। ସୋମବାର କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବଡ଼ ଆଗୁଳ ଠାରେ ଘର ଘର ବୁଲି ପ୍ରତାପ ଭୋଟ୍ ଭିକ୍ଷା କରିଥିବା ବେଳେ ଭୋଟରଙ୍କ ଆଶୀର୍ବାଦ ପାଇ ନିଶ୍ଚୟ ବିଜୟୀ ହେବା ନେଇ ଆଶା ରଖିଛନ୍ତି।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।