କୋଦଳା (୦୧/୧୧/୨୦୨୩)
ଓଡିଶା ପ୍ରୋଜେକ୍ଟ ଏବଂ ବଜାର ବିକାଶ ଓ ଗଞ୍ଜାମ ଜିଲ୍ଲା ଶିଳ୍ପ କେନ୍ଦ୍ର ର ମିଳିତ ଆନୁକୂଲ୍ୟରେ ଗତ ଅକ୍ଟୋବର ୧୧ ତାରିଖ ରୁ ୨୬ ତାରିଖ ପର୍ଯ୍ୟନ୍ତ ତାଲିମ ଶିବିର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକସଭା ଗୃହରେ ଅନୁଷ୍ଠିତ ହୋଇଥିଲା। ବୁଧବାର ଏହି ତାଲିମ କାର୍ଯ୍ୟକ୍ରମର ଉଦଯାପିତ ଉତ୍ସବ ପାଳନ କରାଯାଇଛି । ଏଥିରେ ଅତିଥି ଭାବେ ସାଧାରଣ ପରିଚାଳକ ଜିଲ୍ଲା ସ୍ଲିପ କେନ୍ଦ୍ର ପ୍ରସନ୍ନ କୁମାର ପାତ୍ର, ଉପ ସାଧାରଣ ପରିଚାଳକ ହୃଷିକେଶ ବେହେରା,ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ,ବ୍ଲକ ଅଧକ୍ଷା ରେଣୁ ଗୌଡ଼ , ଏବିଡ଼ିଓ ନିରଞ୍ଜନ ବେହେରା, ଏସ ବି ଆଇ ବ୍ୟାଙ୍କ ମ୍ୟାନେଜର ଦେବାଶିଷ ମହାପାତ୍ର, ସମାଜସେବୀ ମହେଶ୍ୱର ବରାଡ଼ ଯୋଗଦେଇ ଥିଲେ ।ଓ ପି ଏମ ଡି ସି ନିର୍ଦେଶକ ରବୀନ୍ଦ୍ର କୁମାର ସାହୁ, ବ୍ଲକ ଶିଳ୍ପ ବିକାଶ ଅଧିକାରୀ ଆଶିଷ କୁମାର ନନ୍ଦି ଯୋଗଦେଇ ଶିଳ୍ପ ଗଡ଼ିବା ପାଇଁ ଏବଂ ଏମ ଏସ ଏମ ଯୋଜନା ର ସୁଫଳ ଉପରେ ଆଲୋଚନା କରାଯିବା ସହ ନିଜସ୍ୱ ଉଦ୍ୟମ, ସରକାର ଙ୍କ ସହାୟତା, ପରିବେଶ ଓ ପରିସ୍ଥିତି, ଉପରେ ତାଲିମ ପ୍ରଦାନ କରାଯାଇଥିଲା। ତାଲିମ ପ୍ରାପ୍ତ ହିତାଧିକାରୀ ଙ୍କ ମାନପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ବ୍ଲକ ର ବିଭିନ୍ନ ପଂଚାୟତ ର ଜନପ୍ରତିନିଧି ଓ ସ୍ଥାନୀୟ ଯୁବ ଗୋଷ୍ଠୀ ଅଂଶଗ୍ରହଣ କରିଥିଲେ ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
