You are currently viewing ବେଲଗୁଣ୍ଠାରେ ପିଇଓ ପଦବୀ ପାଇଁ ପରୀକ୍ଷା
ବେଲଗୁଣ୍ଠାରେ ପିଇଓ ପଦବୀ ପାଇଁ ପରୀକ୍ଷା

ବେଲଗୁଣ୍ଠା, 10/07, ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ଦ୍ୱାରା ଜେ.ଏ ଏବଂ ପିଇଓ ପଦବୀ ପାଇଁ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ସ୍ଥିତ ନୋଡ଼ାଲ୍ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟରେ ମଧ୍ଯ ପରୀକ୍ଷା କେନ୍ଦ୍ରରେ ମଧ୍ୟ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି I ଏହି ପରୀକ୍ଷା କେନ୍ଦ୍ର ପାଇଁ ମୋଟ 288 ଜଣ ପ୍ରାର୍ଥୀଙ୍କୁ ଅନୁମତି ମିଳିଥିବା ବେଳେ ଏଠାରେ ଆଜି 186 ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ ଏବଂ 102 ଜଣ ପ୍ରାର୍ଥୀ ଅନୁପସ୍ଥିତ ଥିଲେ I ପରୀକ୍ଷା କେନ୍ଦ୍ରରେ ଆସିଷ୍ଟାଣ୍ଟ୍ ଅବଜର୍ଭର୍ ବେଲଗୁଣ୍ଠା ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରାକେଶ ପାତ୍ର ଉପସ୍ଥିତ ଥିବା ବେଳେ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ I ସେହିପରି କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ପରୀକ୍ଷା କେନ୍ଦ୍ରରେ 360 ପ୍ରାର୍ଥୀଙ୍କ ଅନୁମତି ଥିବା ବେଳେ ଏଠାରେ 256 ପ୍ରାର୍ଥୀ ପରୀକ୍ଷା ଦେଇଥିଲେ ଏବଂ 104 ଜଣ ପ୍ରାର୍ଥୀ ଅନୁପସ୍ଥିତ ଥିଲେ I ଏଠାରେ ବେଲଗୁଣ୍ଠା ତହସିଲଦାରା ମନୋଜ ପ୍ରଭାକର କୂଜୂରୂ ଆସିଷ୍ଟାଣ୍ଟ୍ ଅବଜର୍ଭର ରୂପେ ଯୋଗ ଦେଇଥିଲେ I ଅଧ୍ୟକ୍ଷ ବିଷ୍ଣୁପ୍ରସାଦ ପଟ୍ଟନାୟକଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ସହଯୋଗ କରିଥିଲେ I ଗାଙ୍ଗପୁର ଥାନା ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ ଉପସ୍ଥିତ ଥିଲେ I କ୍ଷତ୍ରିୟବରପୁର ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ପରୀକ୍ଷା କେନ୍ଦ୍ରରେ 264 ଜଣ ପରୀକ୍ଷାର୍ଥୀଙ୍କୁ ଅନୁମତି ଥିବା ବେଳେ ସେଠାରେ 189 ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ I ଏଠାରେ ଜଗନ୍ନାଥପ୍ରସାଦ ତହସିଲଦାର ମନୋଜ କୁମାର ତ୍ରିପାଠି ଆସିଷ୍ଟାଣ୍ଟ୍ ଅବଜର୍ଭର ରୂପେ ଯୋଗଦେଇଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଲୋପାମୁଦ୍ରା ରଥଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ I ଶୃଙ୍ଖଳା ରକ୍ଷା ପାଇଁ ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ଏବଂ ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ନେତୃତ୍ୱରେ ପୋଲିସ୍ ବାହିନୀ ଜାଗ୍ରତ ଥିଲେ I

ରିପୋର୍ଟ -ଶିବରାମ ଚୌଧୁରୀ