ପୁରୁଷୋତ୍ତମପୁର ତା-୧୩l0୮l ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସ୍ଥିତ ତାରାତାରିଣୀ ମହାବିଦ୍ୟାଳୟରେ ରବିବାର ଦିନ ପାଳିଲା ୪୫ତମ ପ୍ରତିଷ୍ଠା ଉତ୍ସବ l ଏହି ପ୍ରତିଷ୍ଠା ଉତ୍ସବ କୁ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ବାସୁଦେବ ମହାପାତ୍ରଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟ ମଣି ବୈଦ୍ୟ, ମୁଖ୍ୟ ବକ୍ତା ଭାବେ ମହାବିଦ୍ୟାଳୟର ପ୍ରତିଷ୍ଠାର ପ୍ରଥମ ପ୍ରିନ୍ସିପାଲ ପ୍ରଭାତି ମିଶ୍ର ‘ ସେହିପରି ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା, ପିଙ୍କି ବେହେରା, ଏନଏସି ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟଙ୍କା ଗୌଡ଼,ସ୍ଥାନୀୟ ତହସିଲଦାର ସନ୍ତୋଷ କୁମାର ସାହୁ,ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ଡ଼କ୍ଟର ଗୋପାଳ କୃଷ୍ଣ ପଟ୍ଟନାୟକ,ନିର୍ମଳ ଚନ୍ଦ୍ର ସାହୁ ଅଶୋକ କୁମାର ସାମନ୍ତରାୟ, ପ୍ରିନ୍ସପାଲ ଡ଼କ୍ଟର ସିମାଞ୍ଚଳ ପଟ୍ଟନାୟକ,କନର୍ଭର ପ୍ରଦୀପ କୁମାର ସାହୁ,ସନ୍ଧ୍ୟାରାଣୀ ପାତ୍ର,ରମେଶ ଚନ୍ଦ୍ର ସେନାପତି,ପ୍ରମୁଖ ମଞ୍ଚାସିନ ରହି ମହାବିଦ୍ୟାଳୟ ର ପ୍ରାଣ ପ୍ରତିଷ୍ଠାଦାତା ସ୍ବର୍ଗତ ନାରାୟଣ ସାମନ୍ତରାୟଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସଭା ମଞ୍ଚରେ ଥିବା ଜଗନ୍ନାଥଙ୍କ ଫୋଟୋରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ବଳନ କରିବା ପରେ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l

କାର୍ଯ୍ୟକ୍ରମରେ ରେ ପରିଚାଳନା ସମ୍ପାଦକ ତଥା ପ୍ରିନ୍ସପାଲ ଡ଼କ୍ଟର ସିମାଞ୍ଚଳ ପଟ୍ଟନାୟକ ସମ୍ପାଦିକ ବିବରଣୀ ପଠନ କରି ମହାବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଉପରେ ବକ୍ତବ୍ୟ ରଖି ଏକ ଗୁରୁତ୍ୱ ସମସ୍ୟା ଥିବା କହିଥିଲେ ସେହାହେଲା ଯୋଉ ମହାବିଦ୍ୟାଳୟ ର ୪୫ତମ ପ୍ରତିଷ୍ଠା ଉତ୍ସବ ପାଳନ ପାଇଁ ଏଠି ଅତିଥି ମାନେ ନଲମାଞ୍ଚସିନ ଅଛନ୍ତି ସେହି ମହାବିଦ୍ୟାଳୟଟିର ନା ରେ କୌଣସି ପ୍ରକାର ପଟ୍ଟା ନଥିବା କହିଥିଲେ l ସେହି ଜାଗାଟି ରାଧାକୃଷ୍ଣ ବିଜେ ନା ରେ ଏବେ ସୁଦ୍ଧା ପଟ୍ଟା ଥିବା କହିଛନ୍ତି ଏବଂ ଏହା ଏଣ୍ଡାମେଣ୍ଟ ହସ୍ତକ୍ଷେପ କରିଲେ ଯାଇ ଯଦି ଏଣ୍ଡାମେଣ୍ଟ ବୋର୍ଡ ଚାହିଁଲେ ତାରାତାରିଣୀ ମହାବିଦ୍ୟାଳୟର ନିଜସ୍ୱ ନାମରେ ପଟ୍ଟା ହୋଇପାରିବ ବୋଲି ଅଧକ୍ଷ, ଓ ପରିଚାଳନା କମିଟି, ସ୍ଥାନୀୟ ବିଧାୟିକା, ଏବଂ ତହସିଲଦାର ସ୍ଥାନୀୟ ତହସିଲଦାର ସନ୍ତୋଷ କୁମାର ସାହୁ ମିଳିତ ଉଦ୍ୟମ କରିବାକୁ ଅନୁରୋଧ କରିଥିଲେ କଲେଜ ଅଧକ୍ଷ ନିଜ ବକ୍ତବ୍ୟ ସୂଚନା ଦେଇଥିଲେ l

ଉକ୍ତ ପ୍ରତିଷ୍ଠା ଉତ୍ସବ ରେ ମହାବିଦ୍ୟାଳୟ ଯୁକ୍ତି ଦୁଇ ର କଳା ଓ ବିଜ୍ଞାନ ଛାତ୍ର ଛାତ୍ରୀ କାଉସିଲ ରିଜେଲ୍ଟ ଏବଂ ଯୁକ୍ତି ୩ ର ଛାତ୍ର ଛାତ୍ରୀ ମାନେ ବିଶ୍ୱବିଦ୍ୟାଳୟ ସ୍ତରୀୟ ଟପର ଭାବେ ଉତୀର୍ଣ୍ଣ ହୋଉଥିବାରୁ ବିଭିନ୍ନ ସ୍ମାରକୀଙ୍କ ନାମରେ ମାନପତ୍ର ସହିତ ଆର୍ଥିକ ଦେଇ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ପ୍ରତିଷ୍ଠା ଉତ୍ସବ ଅବସରରେ ପୁରୁଷୋତ୍ତମପୁର ଅଞ୍ଚଳ ବହୁ ବୁଦ୍ଧିଜୀବି,ପୂର୍ବତନ ଛାତ୍ର ସଭାପତି ଅଶୋକ କୁମାର ମହାଙ୍କୁଡ, ସୀତାରାମ ପାଣିଗ୍ରାହୀ, ନେତା,ବର୍ତ୍ତମାନ ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ l ଏନଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ ମହାବିଦ୍ୟାଳୟ ପରିସରରେ ପେବର ରାସ୍ତା, ଟାଇଲେଟ ନିର୍ମାଣ, କ୍ଵାଉଁ କେଶ୍ଚର ସ୍ଥାପନ,ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ପକ୍ଷରୁ ପ୍ଲାଣ୍ଟସନ,ଓ ୱାଲ ପେଣ୍ଟିଙ୍ଗ କରିବାକୁ ଘୋଷଣା କରିଥିଲେ l ଶେଷରେ ପୁରୁଷୋତ୍ତମପୁର ଅଞ୍ଚଳର କର୍ତ୍ତବ୍ୟ ଓ ନିଷ୍ଠାପର ସାମ୍ବାଦିକ ମାନଙ୍କୁ ତାରାତାରିଣୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଏବଂ ପରିଚାଳନା କମିଟି ର ସଭାପତି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l

ପ୍ରତିଷ୍ଠା ଉତ୍ସବ ରେ ମହାବିଦ୍ୟାଳୟ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଉପସ୍ଥିତ ଥିଲେ l ଶେଷରେ ଅନୁଷ୍ଠାନର ଓଡ଼ିଆ ଅଧ୍ୟାପକ ସୁରେନ୍ଦ୍ର ନାଥ ସାହୁ ଧନ୍ୟବାଦ ଦେଇ ସଭା ସଙ୍ଗକରିଥିଲେ l
ରିପୋର୍ଟ ପ୍ରସନ୍ନ କୁମାର ଦାସ
