You are currently viewing ପୁରୁଷୋତ୍ତମପୁର ଏନଏସିର ସ୍ୱାୟତ ଶାସନ ଉତ୍ସବ ଉପଲକ୍ଷେ ଏନଏସି କାର୍ଯ୍ୟରିତ ମହିଳା କର୍ମଚାରୀଙ୍କୁ ବସ୍ତ୍ର ବଣ୍ଟନ କଲେ ଅଧ୍ୟକ୍ଷା
ପୁରୁଷୋତ୍ତମପୁର ଏନଏସିର ସ୍ୱାୟତ ଶାସନ ଉତ୍ସବ ଉପଲକ୍ଷେ ଏନଏସି କାର୍ଯ୍ୟରିତ ମହିଳା କର୍ମଚାରୀଙ୍କୁ ବସ୍ତ୍ର ବଣ୍ଟନ କଲେ ଅଧ୍ୟକ୍ଷା

ପୁରୁଷୋତ୍ତମପୁର ଏନଏସିର ବୈଠକ ଗୃହ ଠାରେ କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡ ସେନାଙ୍କ ଅଧ୍ୟକ୍ଷତାରେ ଏନଏସି ରେ କାର୍ଯ୍ୟରତ ମହିଳା କର୍ମଚାରୀ ସ୍ୱଚ୍ଛ ସାଥି, ଜଳ ସାଥି, ବର୍ଜ୍ୟବସ୍ତୁ ପ୍ଲାଣ୍ଟର କର୍ମଚାରୀ,ଏସିଟିପି ପ୍ଲାଣ୍ଟର ମହିଳା କର୍ମଚାରୀ,ସେହିପରି ସହରର ସଫେଇ ମହିଳା କର୍ମଚାରୀ ମାନଙ୍କୁ ଶାଢ଼ୀବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟଙ୍କା ଗୌଡ଼ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମହିଳା କର୍ମଚାରୀ ମାନଙ୍କୁ ବସ୍ତ୍ର ବଣ୍ଟନ କରିଥିଲେ lଏଥିରେ ପରିଷଦର କାଉନସିଲର ଡ଼କ୍ଟର ଅଶୋକ କୁମାର ମହାଙ୍କୁଡ, ଅରୁଣ କୁମାର ମହାଙ୍କୁଡ,ସୁଦଷ୍ଣା ବେହେରା ଉପସ୍ଥିତ ଥିଲେ l ଏନଏସି ସହରୀ ମିଶନ ପ୍ରବନ୍ଧକ ଶ୍ରଦ୍ଧାଞ୍ଜଳି ନାୟକ, ଯନ୍ତ୍ରୀ ପବିତ୍ରା ପ୍ରଧାନ, ଗୋଷ୍ଠୀ ସଂଗଠିକା ରଞ୍ଜିତା ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l


ରିପୋର୍ଟ ପ୍ରସନ୍ନ କୁମାର ଦାସ