ପୁରୁଷୋତ୍ତମପୁର ତାରା ତାରିଣୀ ମହାବିଦ୍ୟାଳୟ ପରିସରରେ ବନ ମହୋଛବ ସପ୍ତାହ କଲେଜର ଅଧକ୍ଷ ସିମାଞ୍ଚଳ ପଟ ନାୟକ ଙ୍କ ସଂଯୋଜନା ରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଥିଲା | ଏଥିରେ ଯୁବ ରେଡ଼କ୍ରସ ର ସଂଯୋଜକ ଏନ ମୋହନ (YRC ) ସ୍ବେଛାସେବୀ ଓ କର୍ମଚାରୀ ମାନଙ୍କ ସହଯୋଗ ରେ ପ୍ରାୟ 100 ବିଭିର୍ଣ୍ଣ ଗଛ କଲେଜ ପରିସରରେ ଲଗାଯାଇ ଥିଲା | ଏହି ବନ ମହୋଛବ ରେ ମୁଖ୍ୟ ଅତିଥି ଭାବେ ପୁରୁଷୋତ୍ତମପୁର ଫରେଷ୍ଟର ପ୍ରଦୀପ କୁମାର ପଣ୍ଡା, କଲେଜର ଅନ୍ୟାନ୍ୟ ଷ୍ଟାଫ,ଏବଂ ବନ ବିଭାଗ ର ସନ୍ତୋଷ ସାହୁ, ଶରତ ପାଇକ, କେ ଶ୍ରୀଦେବୀ, ଙ୍କ ସହ କଲେଜର ଅଧ୍ୟାପକ, ଅଧ୍ୟାପିକା ମାନେ ହେଲେ ଡ଼ ସୁଧାଂଶୁ ଶେଖର ମିଶ୍ର, ଶ୍ରୀମତୀ ହରପ୍ରିୟା ନାୟକ, ବିପ୍ଳବ ପ୍ରଧାନ,ଶ୍ରୀମତୀ ମଞ୍ଜୁଲତା ଦାଶ, ସୁଧୀର କୁମାର ଦାଶ,ପ୍ରମୁଖ ସହଯୋଗ କରିଥିଲେ |

ଏହି କାର୍ଯ୍ୟକ୍ରମ ରେ ସ୍ବେଛାସେବୀ ମାନେ ବିଭିର୍ଣ୍ଣ ପ୍ରକାର ସ୍ଲୋଗାନ ଦେଇ ଉଚ୍ଚାହ ସହ ପାଳନ କରିଥିଲେ |

ଏହାକୁ YRC କାଉନ ସିଲରଏନ ମୋହନ ଙ୍କ ସହ କୃଷ୍ଣଚନ୍ଦ୍ର ନାୟକ ପରିଚାଳନା କରିଥିଲେ | ଫରେଷ୍ଟ ର ପ୍ରଦୀପ କୁମାର ପଣ୍ଡା ଛାତ୍ର ଛାତ୍ରୀ ମାନେ ପ୍ରତେକ ସ୍ଥାନରେ ବୃକ୍ଷ ରୋପଣ କରିବା ପାଇଁ ଅନୁରୋଧ କରିଥିଲେ | ଯାହାଦ୍ୱାରା କି ପରିବେଶ ସୁରକ୍ଷା ସହ ପ୍ରଚଣ୍ଡ ରୌଦ୍ର ତାପ ରୁ ରକ୍ଷା ସହ ପ୍ରଚୁର ଅମ୍ଳଜାନ ମିଳିବ ଓ ଭଲ ବର୍ଷା ହେବ ବୋଲି କହିଥିଲେ |
ପୁରୁଷୋତ୍ତମପୁର ପ୍ରତିନିଧି ପ୍ରସନ୍ନ କୁମାର ଦାସ
