You are currently viewing ନୋଡାଲ ପ୍ରେରଣା କେନ୍ଦ୍ର ଉଦଘାଟିତ।
ନୋଡାଲ ପ୍ରେରଣା କେନ୍ଦ୍ର ଉଦଘାଟିତ।

କୋଦଳା
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଖଣ୍ଡିଆ ନଈ ପଞ୍ଚାୟତ ରେ ନାରୀ ସୁରକ୍ଷା, ମହିଳା ନିର୍ଯ୍ୟାତନା ରୋକିବା ପାଇଁ ପ୍ରତି ପଂଚାୟତରେ ମିଶନ ଶକ୍ତି ତରଫରୁ ଜଣେ ଜଣେ ମହିଳା ନିଯୁକ୍ତି ପାଇଛନ୍ତି । ସେମାନଙ୍କୁ ଅନେକ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ପ୍ରତି ବ୍ଲକ ରେ ଏକ ନୋଡାଲ ପ୍ରେରଣା କେନ୍ଦ୍ର କରାଯାଇ ଉକ୍ତ ସମସ୍ୟା ବିଷୟରେ ଆଲୋଚନା କରିବା ସହ ସମାଧାନର
ସୂତ୍ର ବାହାର କରିବା ପାଇଁ ସ୍ଥିର କରାଯାଇଛି । ସେହି କ୍ରମରେ ବେଗୁନିଆପଡା ବ୍ଲକର ଖଣ୍ଡିଆନଈ ପଂଚାୟତ ପରିସରରେ ନୋଡାଲ ପ୍ରେରଣା କେନ୍ଦ୍ର ଖୋଲା ଯାଇଛି। ଏହି କେନ୍ଦ୍ରକୁ ଶନିବାର ଦିନ ବିଡ଼ିଓ ସସ୍ମିତା ଶତପଥି ଉଦଘାଟନ କରିଛନ୍ତି । ଏହି ସମୟରେ ସ୍ଥାନୀୟ ସରପଞ୍ଚ ପଙ୍କଜ କୁମାର ସେଠି, ବିପିଏମ ଜ୍ଞାନ ରଞ୍ଜନ ରାଉତ, ଵି ଏଲ ସି ଦେବରାଜ ବେହେରା ଉପସ୍ଥିତ ରହି ଏହି କେନ୍ଦ୍ରର ଆବଶ୍ୟକ ଉପରେ ଆଲୋଚନା କରିଥିଲେ । ସ୍ଥାନୀୟ ଏମ ଵି କେ ସନ୍ତୋଷିନୀ ଗୌଡ଼, ସଭାନେତ୍ରୀ ବିଷ୍ଣୁ ପ୍ରିୟା ଭୂୟାଁ, ସମ୍ପାଦିକା ଝରଣା ରାୟ ପରିଚାଳନା କରିଥିଲେ । ଏଥିରେ 23 ଟି ପଂଚାୟତର ଏମ ଵି କେ, ଜେଣ୍ଡର ସି ଆର ପି ଏବଂ ଖଣ୍ଡିଆନଈ ପଂଚାୟତର ସମସ୍ତ ଇ ସି ସଭ୍ୟା ଉପସ୍ଥିତ ଥିଲେ । ମଧ୍ୟାହ୍ନ 12.30 ମିନିଟ ସମୟରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।