You are currently viewing ଖଲ୍ଳିକୋଟରେ ସ୍ବେଛାକୃତ ରକ୍ତଦାନ ଶିବିର,
ଖଲ୍ଳିକୋଟରେ ସ୍ବେଛାକୃତ ରକ୍ତଦାନ ଶିବିର,

ଖଲ୍ଳିକୋଟ -୦୬/୦୭ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ଖଲ୍ଳିକୋଟ ପ୍ରେସକ୍ଳବ/ଖଲ୍ଳିକୋଟ ସ୍ପୋସ୍ କ୍ଳବ ମିଳିତ ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଖଲ୍ଳିକୋଟ ସ୍ଥିତ ମର୍ଦରାଜ ଶିକ୍ଷକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଶିବିରକୁ ଅତିଥି ଭାବେ ଯୋଗ ଦେଇ ଯୁବ ସମାଜ ସେବୀ ଅରୁଣ କୁମାର ଖୁଣ୍ଟିଆ, ସଞ୍ଜୟ କୁମାର ଜେନା ଓ ପ୍ରଦୀପ୍ତ କୁମାର ପଟ୍ଟନାୟକ ପ୍ରମୁଖ ଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥିଲେ। ଉକ୍ତ ଶିବିରରେ ସ୍ପୋସ୍ କ୍ଳବର କ୍ରୀଡାବୀଦ ,ଗଣମାଧ୍ୟମ ପ୍ରତିନିଧି ,ସମାଜ ସେବୀ ଓ ବୁଦ୍ଧିଜୀବୀ ପ୍ରମୁଖ ଅଂଶ ଗ୍ରହଣ କରି ୩୭ ୟୁନିଟ ରକ୍ତ ଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରେସକ୍ଳବ

ସଭାପତି ଅଶ୍ବିନୀ କୁମାର ମହାନ୍ତି, ସଂପାଦକ ସିଲୁ ବିଶ୍ବାଳ,କୋଷାଧ୍ୟକ୍ଷ ଡ଼ ଅଜିତ କୁମାର ପଟ୍ଟନାୟକ, ଉପଦ୍ୟେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ମାଧବ ବେହେରା, ଅଶୋକ କୁମାର ତ୍ରିପାଠୀ, ଶୀବରାମ ଜେନା, ସକଳେଶ୍ବର ରଥ, ଉପେନ୍ଦ୍ର କୁମାର ନନ୍ଦ,ସୁନୀଲ କୁମାର ମହାପାତ୍ର, ସରୋଜ କୁମାର ପଟ୍ଟନାୟକ, ସ୍ପୋସ୍ କ୍ଳବ ସଂପାଦକ ହେମନ୍ତ କୁମାର ମହାରଣା,ଅଧ୍ୟାପକ ଟି ଶୀବାନନ୍ଦ ବର୍ମା, କୋଚ ସନ୍ତୋଷ କୁମାର ଗୌଡ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ। ରେଡ କ୍ରସ ତରଫରୁ ଆର ପାଣିଗ୍ରାହୀ ଅଶ୍ୱିନ ନାୟକ, ଏସ କେ ପ୍ରଧାନ, ଅନାଲିବାଳା ମଲ୍ଲିକ ଆର ଏଚ ପଣ୍ଡା ଅମୁଲ୍ୟ କୁମାର ବେହେରା ଆର ଏଚ ପଣ୍ଡା ଅମୁଲ୍ୟ କୁମାର ବେହେରା, ସୁଜିତ କୁମାର ସାହୁ ପ୍ରମୁଖ ପରିଚାଳନା କରିଥିଲେ |
(ରିପୋର୍ଟ – ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )