ଖଲ୍ଲିକୋଟ ; 30/11 ଗତ ଦୁଇ ଦିନ ହେଲା ଖୋର୍ଦ୍ଧା ଅଞ୍ଚଳ ରୁ ଆସି ଖଲ୍ଲିକୋଟ ବନାଞ୍ଚଳ ର ଭାଲେରି ପାହାଡ଼ ଦେଇ ପ୍ରବେଶ କରି ଉପଦ୍ରଵ କରିବା ଫଳରେ ଖଲ୍ଲିକୋଟ ବ୍ଲକ ରେ ପ୍ରବେଶ କରି ବ୍ଲକ ର ଖୋଜାପଲ୍ଲୀ, ଭିକ|ପଡା ଓ ବାଦ ପଲ୍ଲୀ ପଂଚାୟତ ର କମାର ସିଙ୍ଗି ରେ ଥିବା ଆଇତିପୁର ଗ୍ରାମର ଶତାଧିକ ଏକର ଧାନ ଫସଲ ଖାଇବା ସହ ପାଦରେ ଦଳି ନଷ୍ଟ କରିବା ଫଳରେ ଚାଷୀ ମାନଙ୍କ ର ଗୋଟିଏ ବର୍ଷ ର କଷ୍ଟ ଅର୍ଜିତ ଖାଦ୍ୟ କୁ ହରାଇଥିବା ଚାଷୀ ମାନେ ଦୁଃଖ ଓ ନୈରାଶ୍ୟ ର ପ୍ରକାଶ କରିଛନ୍ତି |22 ଟିକିଆ ହାତୀ ପଲ ଙ୍କ ମଧ୍ୟ ରୁ ଏବେବି କିଛି ଅମାନିଆ ହାତୀ ରହିଯାଇଥିବା ପ୍ରତ୍ୟକ୍ଷ ଦର୍ଶୀ ଗ୍ରାମବାସୀ ମାନେ ପ୍ରକାଶ କରିବା ସହ ଚାଷ ଜମି କୁ ଯିବାକୁ ଭୟ କରୁଛନ୍ତି |ହାତୀ ଙ୍କ ବିଚରଣ ପାଇଁ ଗ୍ରାମ ଗୁଡିକରେ ବିଦ୍ୟୁତ କାଟ ହେବା ସାଙ୍ଗକୁ ହାତୀ ଭୟରେ ଗ୍ରାମବାସୀ ମାନେ ସନ୍ଧ୍ୟା ରୁ ତାଟି କବାଟ ପକାଇ ଘରେ ରହୁଥିବା ପ୍ରକାଶ |ହାତୀ ପଲ ବାଦ ପଲ୍ଲୀ ପଂଚାୟତ ର କିଛି ଗ୍ରାମରେ ଜନ୍ନା ଓ କଦଳୀ ଚାଷ କୁ ନଷ୍ଟ କରିଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି |

ଭିକାପଡା ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲ ରେ ଥିବା ଧାନ ଜମି ମାନଙ୍କ ରେ ହାତୀ ପାଦ ଚିହ୍ନ ସାଙ୍ଗକୁ ହାତୀ ମାନେ ଝାଡା ଫେରି ଥିବା ଦେଖିବାକୁ ମିଳିଛି |ଭିକ|ପଡା ଗ୍ରାମର ନୀଳ ବାରିକ ନାମକ ଜଣେ ମହିଳା ଚାଷୀ ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି ତାର ଧାନ ଫସଲ କୁ ହାତୀ ଉଜାଡି ଦେଇ ଥିବାରୁ ପରିବାର ର ଏକ ବର୍ଷ ଦାନା ନେଇ ଚିନ୍ତା ରେ ଥିବା ପ୍ରକାଶ କରିଥିଲା |ମହିଳା ଚାଷୀ ଚନ୍ଦ୍ରମା ସାହୁ ପୁରୁଷ ଚାଷୀ ନୀତିଆ ସାହୁ, ବାନାମ୍ବର ପ୍ରଧାନ ପ୍ରମୁଖ ସେମାନଙ୍କ ବହୁ ଏକର ଧାନ ଫସଲ କୁ ହାତୀ ପଲ ଖାଇ ନଷ୍ଟ କରିଥିବା ପ୍ରକାଶ କରି ଆବଶ୍ୟକ କ୍ଷତି ପୂରଣ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି |ତେବେ କ୍ଷତି ଅନୁଯାୟୀ ସରକାର କ୍ଷତି ଭରଣା ନ କଲେ ଚାଷୀ ମାନେ ଆନ୍ଦୋଳନ କୁ ଓଲ୍ହାଇବେ ବୋଲି ସୂଚନା ଦେଇଛନ୍ତି |

କ|ରଣ ବାରହା ମୁଁହ ରୁ ବର୍ତ୍ତୀ ଥିବା ଧାନ ଫସଲ କୁ ହାତୀ ମୁଁହ ରେ ଗଲା ବୋଲି ଚାଷୀ ମାନେ ଖେଦକ୍ତି ପ୍ରକାଶ କରିଛନ୍ତି | ଏ ସମ୍ପର୍କ ରେ ଖଲ୍ଲିକୋଟ ରେଞ୍ଜ ଅଫିସର ଏ ସି ଏଫ ଦିବ୍ୟ ଶଙ୍କର ବେହେରା ଙ୍କ ସହ ଯୋଗାଯୋଗ କରିବାରେ ହାତୀ ଙ୍କ ଗତିବିଧି ଜାଣିବା ପାଇଁ ପାଞ୍ଚ ଗୋଟି ଟିମ ଗଠନ କରି ହାତୀ ଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ ଚାଲିଛି ବର୍ତମାନ ହାତୀ ପଲ ବେଗୁନିଆପଡା ବ୍ଲକ ର ସାହାଖୋଲ ଜଙ୍ଗଲ ରେ ଅଛନ୍ତି ପୁନର୍ବାର ହାତୀ ପଲ ନାରାୟଣୀ ନିକଟରେ ଥିବା ଭାଲେରି ପାହାଡ଼ ଦେଇ ଫେରିବାର ସମ୍ଭାବନା ଅଛି ତେଣୁ ସେମାନଙୁ ନିଆଁ ହୁଳା ଓ ବାଜା ବଜାଇ ଜଙ୍ଗଲ ବିଭାଗ କର୍ମଚାରୀ ମାନେ ଘଉଡ଼ାଇବା କାମରେ ଲାଗିଛନ୍ତି ବୋଲି ପ୍ରକାଶ କରିଛନ୍ତି |ଚାଷୀ ଙ୍କ କ୍ଷତି ପୂରଣ ବାବଦ ରେ ସୂଚନା ଦେଇ ଅନୁକମ୍ପା ଆପ ମାଧ୍ୟମ ରେ ଆବେଦନ କଲେ ଅର୍ଥକରି ଫସଲ ପାଇଁ 25 ହଜାର ଓ ଧାନ ଓ ଅନ୍ୟାନ୍ୟ ଚାଷ ପାଇଁ 20 ହଜାର ପ୍ରଦାନ କରିବା ର ବ୍ୟବସ୍ଥା ଥିବା ସୂଚନା ଦେଇଛନ୍ତି |
(ରିପୋର୍ଟ – ମାଧବ ବେହେରା, ଖଲ୍ଲିକୋଟ )
