କଟକ ସଦର : ରାଜ୍ୟ ଯୋଜନା ଆନୁକୂଲ୍ୟରେ ଓ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ, କଟକ ଦ୍ଵାରା ଆୟୋଜିତ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି ତାଲିମ ଓ ଦକ୍ଷତା ବିକାଶ କର୍ମଶାଳା କିଶୋରନଗର ନିକଟସ୍ଥ ଯଶପଡା ପଞ୍ଚାୟତ ଅନ୍ତର୍ଗତ ଓଡ଼ପଡାଗ୍ରାମ ଗିରିଧାରୀ ମଠ ପରିସରରେ ଅନୁଷ୍ଠିତ ହୋଇଯାଉଛି ।ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଦେବୀପ୍ରସାଦ ରାଉତଙ୍କ ପୌରହିତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଟକ ସଦର ବିଧାୟକ ଶ୍ରୀଯୁକ୍ତ ଚନ୍ଦ୍ର ସାରଥୀ ବେହେରା ମହୋଦୟ ମୁଖ୍ୟ ଅତିଥି, ଭାବେ ଯୋଗଦେଇ ଉକ୍ତ କର୍ମଶାଳାକୁ ଉଦଘାଟନ କରି ଉଦ୍ୟାନ କୃଷିର ଓ ରୋଜଗାର ରେ ଏହାର ଆବଶ୍ୟକତାକୁ ବୁଝାଇ ଥିଲେ ।କଟକ ଜିଲ୍ଲାପରିଷଦ ଉପସଭାପତି ସୁଭଦ୍ରା ଦାସ, କଟକ ଉଦ୍ୟାନକୃଷି ଉପନିର୍ଦ୍ଧେଶକ ଡକ୍ଟର ଜୟନ୍ତ କୁମାର ନାୟକ ଉପସ୍ଥିତ ଥିଲେ
