ଗଂଜାମ ଜିଲା ଏସବିଆଇ ବ୍ୟାଙ୍କ ମିତ୍ର ଆସୋସିଏସନ ପକ୍ଷରୁ ଶନିବାର ଛତ୍ରପୁର ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସରକାରଙ୍କ ସିଏସପି ପ୍ଲସ ଯୋଜନାରେ ଏସବିଆଇ ସିଏସପି ମାନଙ୍କୁ ସାମିଲ କରିବା ଦାବିରେ ଏହି ଆନ୍ଦୋଳନ ହୋଇଥିଲା । ପରେ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏମାନଙ୍କ କହିବାନୁଯାୟୀ ବିଭିନ୍ନ ଗ୍ରାମପଂଚାୟତରେ ଏସବିଆଇ ଦ୍ୱାରା ଅନୁମୋଦନ ପାଇ ବ୍ୟାଙ୍କ ମିତ୍ର ଭାବେ କାମ କରିଆସୁଛନ୍ତି । ଦୀର୍ଘ ୧୨ ବର୍ଷ ହେଲା ନିଜର ଅର୍ଥ ଲଗାଣ କରି ଗ୍ରାମ ପଂଚାୟତ ମାନଙ୍କରେ ବ୍ୟାଙ୍କ ସେବା ଗୁଡିକ ଟଙ୍କା ଜମା, ଟଙ୍କା ଉଠାଣ, ନୂତନ ବ୍ୟାଙ୍କ ଖାତା, ସରକାରଙ୍କ ମଧୁବାବୁ ପେନସନ , ବାର୍ଦ୍ଧକ୍ୟ ଭତା ଓ ମିଶନ ଶକ୍ତି ଦ୍ୱାରା ଉପକୃତ ହେଉଥିବା ମା ମାନଙ୍କର ଋଣ ଆଦି ବ୍ୟାବସ୍ଥା କରି ପରିବାର ପ୍ରତିପୋଷଣ କରୁଛନ୍ତି । ତେବେ ପ୍ରତି ପଂଚାୟତରେ ସିଏସପି ପ୍ଲସ ନୂତନ ଭାବେ ଖୋଲାଯାଇ ବ୍ୟାଂକିଙ୍କ ସେବା ପ୍ରଦାନ କରାଯିବ ବୋଲି ନିଷ୍ପତି ହୋଇଛି । ଏଣୁ ସିଏସପି ପ୍ଲସ ରେ ଏମାନଙ୍କୁ ସାମିଲ କରିବା ଲାଗି ଏମାନଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଳେଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
