ଭଞ୍ଜନଗର -:ବେଲଗୁଣ୍ଠା ବ୍ଲକର ଯୁବ ସାମ୍ବାଦିକ ଜଗା ଭାଇଙ୍କ ମୃତ୍ୟୁକୁ ନେଇ ଆଜି ଉତ୍କଳ ସାମ୍ବାଦିକ ସଂଘ ଭଞ୍ଜନଗର ପକ୍ଷରୁ ନିରବ ପାର୍ଥନା ସହ ଶୋକ ସଭା କରାଯାଇଛି । ରବିବାର ଦିନ ବେଲଗୁଣ୍ଠା ବ୍ଲକର ଏକ ନିର୍ଦ୍ଧିଷ୍ଟ ଖବରକାଗଜ ପ୍ରତିନିଧି ଜଗନ୍ନାଥ ନାୟକ (୩୪)ଙ୍କ ମୃତଦେହ ଗଞ୍ଜାମ ଜିଲ୍ଲା ଗୋପାଳପୁରର ଏକ ଭଡାଘରୁ ଜଗନ୍ନାଥଙ୍କ ମୃତ୍ୟୁ ଦେହ ଉଦ୍ଧାର କରିଛି ପୋଲିସ ।ଆଜି ବ୍ରହ୍ମପୁର ମେଡ଼ିକାଲରେ ଶବ ବ୍ୟବଛେଦ କରାଯିବା ପରେ ନିଜ ପୈତୃକ ଗାଁ ଖଇରପୁଟିରେ ପାର୍ଥିବ ଶରୀର ପହଞ୍ଚିଥିଲା ଏହାପରେ ଗ୍ରାମରେ ଶୋକର ଛାୟା ଖେଳିବା ସହ ବନ୍ଧୁ ପରିବାର ଓ ବହୁ ସାମ୍ବାଦିକଙ୍କ ଉପସ୍ଥିତରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ସୂଚନାପ୍ରକାରେ ଯୁବ ସାମ୍ବାଦିକଙ୍କୁ କେହି ଦୁର୍ବୁତ୍ତ ପଥରରେ ଛେଚି ଅତି ନୃଶଂସ ଭାବେ ହତ୍ୟା କରିଥିବା ସନ୍ଦେହ କରାଯାଉଥିବାବେଳେ ପୋଲିସ ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି । ଜଣେ ସାମ୍ବାଦିକଙ୍କୁ ହତ୍ୟା ଘଟଣାକୁ ଅତି ଦୃଢତାର ସହ ନିନ୍ଦା କରିବା ସହ ଦୋଷୀ ବିରୋଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଦାବି କରାଯାଇଛି। ଆଜି ସନ୍ଧ୍ୟାରେ ଭଞ୍ଜମାର୍ଗ ଛକ ଠାରେ ଏକ ଶୋକ ସଭା କରାଯାଇଥିଲା ଏଥିରେ ସଂଘର ସଦସ୍ୟ ମାନେ ଏକତ୍ରିତ ହୋଇ ଦୁଇ ମିନଟ ନିରବ ପାର୍ଥନା କରିବା ସହ ଶୋକ ସଭା କରିଥିଲେ।ମୃତକଙ୍କ ପରିବାରକୁ ଅସିମ ଧର୍ଯ୍ୟ ସାହାସ ଦେବା ପାଇଁ ଠାକୁର ଙ୍କ ନିକଟରେ ପାର୍ଥନା କରିଥିଲେ। ଉତ୍କଳ ସାମ୍ବାଦିକ ସଂଘ ଭଞ୍ଜନଗରର ସଭାପତି ଅମରେନ୍ଦ୍ର କୁମାର ପଟ୍ଟନାୟକ,ଉପସଭାପତି ଭବାନୀ ଶଙ୍କର ପାଳ,ସମ୍ପାଦକ ରାଜେଶ କୁମାର ପଣ୍ଡା,ସହ ସମ୍ପାଦକ ମନୋଜ ଗୌଡ଼, କୋଷାଧକ୍ଷ ଅରକ୍ଷିତ ପରିଚ୍ଛା, ବ୍ଲକ ସଂଯୋଜକ ଧନଞ୍ଜୟ ପଟ୍ଟନାୟକ, ଲୋକନାଥ ମହାନ୍ତି, ଅନିଲ ସେଠୀ, ସନ୍ତୋଷ କୁମାର ପ୍ରଧାନ, ଗିରିଶ ଚନ୍ଦ୍ର ସାହୁ,ନିଲୁ ବିଷୋୟୀ ଶୋକସଭା ସମୟରେ ଉପସ୍ଥିତ ଥିଲେ ।
