କୁମ୍ଭାରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟତ୍ରୀ ଆଇ ଶାନ୍ତିଲତା ପାତ୍ର ଙ୍କ ସଂଯୋଜନା ରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଥିଲା | ଏନଏସି ର ଉପାଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍କୁଲ ର ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସରକାର ଙ୍କ ପ୍ରଦତ୍ତ ଡ୍ରେସ ବଣ୍ଟନ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ସିଆରସିସି ସରୋଜ କୁମାର ଦାଶ, ପୂର୍ବତନ ସ୍କୁଲ ଚେୟାର ପର୍ସନ ଦନାର୍ଦନ ବେହେରା , ସ୍କୁଲ ପରିଚାଳନା ଅଧକ୍ଷ କୃଷଚନ୍ଦ୍ର ଗୌଡ଼, ସମସ୍ତ ଷ୍ଟାଫ ଯଥା ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହଯୋଗ ରେ ପିଲାମାନ ଙ୍କ ଡ୍ରେସ ବଣ୍ଟନ କରା ଯାଇ ଥିଲା | ରାଜ୍ୟ ସରକାର ଙ୍କ ଶିକ୍ଷା ପ୍ରତି ଛାତ୍ର, ଛାତ୍ରୀଙ୍କୁ ଆକୃଷ୍ଟ କରିବା ଉଦେଶ୍ୟରେ ଏହି ମାଗଣା ଡ୍ରେସ, ଜୋତା ଓ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ କରିଛନ୍ତି | ସେଥିପାଇଁ ପିଲାମାନ ଙ୍କୁ ଆଜି ଡ୍ରେସ ବଣ୍ଟନ କରାଯାଇ ଥିଲା |

