You are currently viewing ଆମ ଓ ନବୀନ ଓଡ଼ିଶା ଖେଳ କାର୍ଯ୍ୟକ୍ରମ ରେ ଖେଳାଳି ଗୁରୁତର
ଆମ ଓ ନବୀନ ଓଡ଼ିଶା ଖେଳ କାର୍ଯ୍ୟକ୍ରମ ରେ ଖେଳାଳି ଗୁରୁତର

ଖଲ୍ଲିକୋଟ,୧୮/୧୨ ଗତ ୧୫ତାରିଖ ଠାରୁ ଖଲ୍ଲିକୋଟ ରାମ ଚନ୍ଦ୍ର ବିଜ୍ଞାନ ମହାବିଦ୍ୟାଳୟ ଖେଳ ପଡିଆ ରେ ଆମ -O- ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମଧ୍ୟମରେ +୩ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚାଲିଥିବା କ୍ରୀଡ଼ା ପ୍ରତିଯୋଗିତା ରେ ଜଣେ ଖେଳାଳି ଖେଳ ପଡ଼ିଆରେ ପଡି ଗୁରୁତର ହୋଇଥିବା ଜଣାପଡ଼ିଛି। ସୁଚନା ମୁତାବକ ଆର ସି ଏମ କଲେଜ ଖେଳ ପଡ଼ିଆରେ ପିଲା ମାନଙ୍କ ମଧ୍ୟରେ କବାଡି ପ୍ରତିଯୋଗିତା ଚାଲିଥିବା ବେଳେ ଜଣେ +୩ ବାଣିଜ୍ୟ ଛାତ୍ର ସଙ୍କର ପହାନ ଖେଳ ପଡ଼ିଆରେ ପଡ଼ିଯାଇ ଡାହାଣ ହାତଟି ଭାଙ୍ଗି ଯାଇଥିଲା। ଖେଳ ପଡ଼ିଆରେ ଉପସ୍ଥିତ ଥିବା ସହଯୋଗୀ ଛାତ୍ର ଓ ଅଧକ୍ଷ, ଅଧ୍ୟାପକ ଆହତ ଛାତ୍ର ଙ୍କୁ ଖଲ୍ଲିକୋଟ ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତି କରିଥିଲେ। ପରେ ପରେ ଅବସ୍ଥା ଗୁରୁତର ହେବାରୁ ୧୦୮ ଯୋଗେ ବ୍ରହ୍ମପୂର୍ ବଡ଼ ଡ଼ାକ୍ତର ଖାନI କୁ ସ୍ଥାନାନ୍ତରିତ କରାଯାଇଛି।

ରିପୋର୍ଟ ମାଧବ ବେହେରା